ଗାଁକୁ ନାହିଁ ନେଟୱାର୍କ, ଅନଲାଇନ ପାଠପଢା ଠପ୍ : ପୁରୀ ଜିଲ୍ଲା ଖାଲକଟାପାଟଣା ଗାଁର ସମସ୍ୟା

86

କନକ ବ୍ୟୁରୋ : ଗାଁକୁ ନାହିଁ ନେଟୱାର୍କ । ଅନଲାଇନ ଦ୍ୱାରା ପାଠ ପଢ଼ିପାରୁ ନାହାନ୍ତି ଛାତ୍ରଛାତ୍ରୀ । ପୁରୀ ଜିଲ୍ଲା ଖାଲକଟାପାଟଣା ଗାଁରେ ଦେଖିବାକୁ ମିଳିଛି ଏହି ସମସ୍ୟ । କୋଣାର୍କ ପୁରୀ ବାଲୁଖଣ୍ଡ ଅଭୟାରଣ୍ୟ ରାସ୍ତା କଡ଼ରେ ଥିବା ଏହି ଗାଁକୁ ମୋବାଇଲ ନେଟୱାକ ଆସୁନଥିବାରୁ ଅନଲାଇନ ପାଠ ପଢ଼ାରେ ସମସ୍ୟା ଉପୁଜୁଛି ।

ମହାମାରୀ କରୋନା ପାଇଁ ଅନଲାଇନରେ ପାଠ ପଢ଼ୁଛନ୍ତି ପିଲା । ହେଲେ ଗାଁରେ ନେଟୱାର୍କ ସମସ୍ୟା ଥିବାର ହଇରାଣ ହେଉଛନ୍ତି ଛାତ୍ରଛାତ୍ରୀ । ଖାଲି ସେତିକି ନୁହେଁ ବରଂ ନେଟୱାର୍କ ଅସୁବିଧା ପାଇଁ ୧୦୮ ଆମ୍ବୁଲାନ୍ସକୁ ମଧ୍ୟ ଫୋନ ଲାଗୁନି । ଯାହା ପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ।