ଗୋଟିଏ ଜିଦରେ ଅଟଳ ୬ଟି ପଞ୍ଚାୟତବାସୀ । ପ୍ରତିଶ୍ରୁତି ନୁହେଁ କାମ ଆରମ୍ଭ ହେଲେ ଭୋଟ୍ ଦେବୁ

175

କନକ ବ୍ୟୁରୋ : ପଞ୍ଚାୟତନିର୍ବାଚନ ଯେତିକି ପାଖେଇ ଆସୁଛି, ଲୋକଙ୍କ ସମସ୍ୟା ସେତିକି ପାଖେଇ ଆସୁଛି । ବିଭିନ୍ନ ଜିଲ୍ଲାରେ ସମସ୍ୟାକୁ ନେଇ ଲୋକଙ୍କ ବିରୋଧ ଦେଖିବାକୁ ମିଳିଛି । ସେହିଭଳି, ଗାଁରେ ନେଟୱର୍କ ସମସ୍ୟାକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି ତିଲେଇବଣୀ ବ୍ଲକର ୬ଟି ପଞ୍ଚାୟତବାସୀ ।
ନେଟୱାର୍କ ସମସ୍ୟା ନେଇ ତିଲେଇବଣୀ ବ୍ଲକର ଅପହଞ୍ଚ ଇଲାକା ଭାବେ ପରିଚିତ ୬ଟି ପଞ୍ଚାୟତବାସୀ ଦୀର୍ଘଦିନ ଧରି ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନଠୁ ଆରମ୍ଭ କରି ରାଜନେତାଙ୍କୁ ଗୁହାରୀ କଲା ପରେ ମଧ୍ୟ କୈାଣସି ସମାଧାନ ନବାହାରିବାରୁ ଅଂଚଳବାସୀ ଆଗାମୀ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନକୁ ବର୍ଜନ କରିବା ପାଇଁ ନିଷ୍ପତି ନେଇଛନ୍ତି । ଗତ ୧୭ ତାରିଖରୁ ପଞ୍ଚାୟତ ସମ୍ମୁଖରେ ଧାରଣା ଦେଇ ପ୍ରାର୍ଥୀନୀ ଓ ପ୍ରାର୍ଥୀ ମାନଙ୍କୁ ନିର୍ବାଚନରେ ଭାଗିଦାର ନହେବାକୁ ଅନୁରୋଧ କରିଚାଲିଛନ୍ତି । ଏହି କ୍ରମରେ ଗତକାଲି ସୁଦ୍ଧା ଏହି ୫ ପଂଚାୟତରେ କୈାଣସି ନାମଙ୍କନ ପତ୍ର ଦାଖଲ ହୋଇପାରି ନାହିଁ । ଅନୁନ୍ନତ ଅଂଚଳ ଭାବେ ପରିଚିତ ଏହି ତିଲେଇବଣୀ ବ୍ଲକର ୫ ପଂଚାୟତ ଜନସାଧାରଣ ଭୋଟ ବର୍ଜନ ଡାକାରା ପ୍ରସଙ୍ଗ ଏବେ ଉଗ୍ର ରୂପ ଧାରଣ କରିଛି ।
ତେବେ ଏନେ ଜିଲ୍ଲା ପ୍ରଶାସନ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ପ୍ରଥମ ଦଫାରେ ଗତ ମଙ୍ଗଲବାର ଦିନ ତିଲେଇବଣୀ ବିଡିଓ କୃଷ୍ଣ ଚନ୍ଦ୍ର ଦଳପତି, ଦେବଗଡ ତହସିଲଦାର ପଲ୍ଲଭି ନାୟକ ଓ ଏବିଡିଓ ସୁନିଲ କୁମାର ଗୁରୁ ସେଠାକୁ ଯାଇ ଆନ୍ଦଳନକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୈାଣସି ଫଳ ବାହାରି ନଥିଲା । ଗତକାଲି ପୂର୍ବହ୍ନରେ ଜିଲ୍ଲାପଳ ଆସି ଅଲୋଚନା ହେବାକୁ ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ଟା ବେଳେ ସ୍ଥିରିକୃତ ହୋଇଥିବା ବେଳେ ଅପରାହ୍ନ ପ୍ରାୟ ୩ଟା ପର୍ଯ୍ୟନ୍ତ କୈାଣସି ଅଧିକାରୀ ନିର୍ଦ୍ଧାରିତ ଆଲୋଚନା ସ୍ଥଳରେ ପହଂଚି ନଥିଲେ । ବହୁ ବିଳମ୍ବ ପରେ ଅପରାହ୍ନ ପ୍ରାୟ ସାଢେ ୪ଟା ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଲୁକାସ ପ୍ରଧାନ, ଉପଜିଲ୍ଲାପାଳ ବ୍ରହ ବନ୍ଧୁ ଭୋଇ, ତିଲେଇବଣୀ ବିଡିଓ କୃଷ୍ଣ ଚନ୍ଦ୍ର ଦଳପତି, ଦେବଗଡ ତହସିଲଦାର ପଲ୍ଲଭି ନାୟକ ଓ ଦେବଗଡ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାୟକ ପ୍ରମୁଖ ଝରାଗୋଗୁଆରେ ଅପେକ୍ଷାରତ ଝାରମୁଣ୍ଡା, ପାରପୋଷି, ଡିମିରି କୁଦା, ଗଣ୍ଡମ ଓ ଝରାଗୋଗୁଆର ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପ୍ରଶାସନ ଅଧିକାରୀମାନେ ଆନ୍ଦୋଲନକାରୀ ମାନଙ୍କୁ ଆନ୍ଦୋଳନ ଓହରି ନିର୍ବାଚନରେ ଭାଗ ନେଇ ନିର୍ବଚନ ପ୍ରକ୍ରୀୟାରେ ସହଯୋଗ କରିବାକୁ ବୁଝାଇଥିଲେ । ଏହି ଅଂଚଳ ପାଇଁ ଏକାଧିକ ଟାୱାର ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି ଓ ଏଥି ପାଇଁ ଜିଲ୍ଲା ପ୍ରଶାସନ ଏନ.ଓ.ସି ଦେଇସାରିଛି । ମାତ୍ର ଆନ୍ଦୋଳନକାରୀ ସମସ୍ତ ପଂଚାୟତର ପ୍ରତିନିଧିମାନେ ଏହି କଥାରେ ଭରଷା କରି ନଥିଲେ । ଆନ୍ଦୋଳନକାରୀଙ୍କ ଗୋଟିଏ ଜିଦ ମୋବାଇଲ ଟାୱାର ନିର୍ମାଣ ଆରମ୍ଭ ନହେବା ଯାଏଁ ଆନ୍ଦୋଳନରୁ ଓହରୁବୁ ନାହିଁ ବୋଲି ରୋକଠୋକ ଶୁଣାଇଦେଇଛନ୍ତି ।