କନକ ବ୍ୟୁରୋ : ନେଟୱର୍କ ନାହିଁ ତ ଭୋଟ ନାହିଁ ... କିଛି ଏଭଳି ଢଙ୍ଗରେ ଧମକ ଦେଇଛନ୍ତି ଦେବଗଡ ତିଲେଇବଣୀ ବ୍ଲକର ୬ଟି ପଂଚାୟତବାସୀ । ନେଟୱର୍କ ସମସ୍ୟା ନେଇ ତିଲେଇବଣୀ ବ୍ଲକର ଅପହଂଚ ଇଲାକା ଭାବେ ପରିଚିତ ୬ଟି ପଂଚାୟବାସୀ ଦୀର୍ଘଦିନ ଧରି ନେଟୱାର୍କ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନଠୁ ଆରମ୍ଭ କରି ରାଜନେତାଙ୍କୁ ଗୁହାରୀ କରିଥିଲେ ।
କିନ୍ତୁ କୌଣସି ସମାଧାନ ନବାହାରିବାରୁ ଅଂଚଳବାସୀ ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ବର୍ଜନ କରିବା ପାଇଁ ନିଷ୍ଟତ୍ତି ନେଇଛନ୍ତି । ମୋବାଇଲ ନେଟୱର୍କ ଟାୱାର ସ୍ଥାପନ ପାଇଁ ବାରମ୍ବାର ବିଧାୟକ ,ସମ୍ବଲପୁର ସାଂସଦ ତଥା ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବେ ଜଣାଇଥିଲେ । ନିର୍ବାଚନ ପୂର୍ବରୁ ନେଟୱର୍କ ସମସ୍ୟା ସମାଧାନ କରା ନ ଯାଏ ତାହେଲେ ଅଂଚଳବାସୀ ନିର୍ବାଚନରେ ଭାଗ ନେବେ ନାହିଁ ବୋଲି ଚେତାବନୀ ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/01/12-26.jpg)