ବ୍ୟକ୍ତିଗତ ଗାଡି ଚାଳନା ବେଳେ ଆବଶ୍ୟକ ନାହିଁ ମାସ୍କ ? ନିଜସ୍ୱ ଗାଡିରେ ଯିବା ବେଳେ ମାସ୍କ ପିନ୍ଧିନଥିଲେ ପୋଲିସ କାଟିବନି ଫାଇନ !! ଦିଲ୍ଲୀରୁ ଆସିଲା ଅଜବ ମାମଲା, ଆଇନଜୀବୀଙ୍କ ଉପରେ ଲାଗିଲା ୫୦୦ ଫାଇନ : ୧୦ ଲକ୍ଷ କ୍ଷତିପୂରଣ ଲାଗି ଯାଚିକା ଦାୟର କଲେ ଓକିଲ

814

କନକ ବ୍ୟୁରୋ : କରୋନା ଭଲି ମହାମାରୀଠାରୁ ଦୂରେଇ ରହିବାକୁ ସାମାଜିକ ଦୂରତା ସହ ମାସ୍କ ପିନ୍ଧି ଯାଆସ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଘର ବାହାରକୁ ଗୋଡ କାଢିଲା ମାତ୍ରେ ମୁହଁରେ ମାସ୍କ ଲଗାଇ ବାହାରିବା ପାଇଁ ସରକାର କହିଛନ୍ତି । ଯଦି କୌଣସି ବ୍ୟକ୍ତି ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଏହି କୋଭିଡ୍ କଟକଣାକୁ ପାଳନ ନକରନ୍ତି ତେବେ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଯାହାକୁ ନେଇ ପୁଲିସ ବର୍ତ୍ତମାନ ଆକ୍ସନ ମୁଡରେ ରହିଛି । କିନ୍ତୁ ଅନେକ ସମୟରେ ଅଭିଯୋଗ ଆସୁଛି ଯେ କୋଭିଡ କଟକଣା ଆଳରେ ପୁଲିସ ତାର ମନମୁଖି ଶାସନ କରୁଛି ।

ବ୍ୟକ୍ତିଗତ ଗାଡିରେ ଯାତ୍ରା ବେଳେ ବାଧ୍ୟତାମୂଳକ ନୁହେଁ ମାସ୍କ !
ମାସ୍କ ପିନ୍ଧିନଥିଲେ ବି ପୋଲିସ କାଟିବନି ଫାଇନ୍

ଦିଲ୍ଲୀରୁ ଆସିଲା ଅଜବ ମାମଲା
୫ ଶହ ଫାଇନ ହେଲା, କୋର୍ଟରେ ମାମଲା ହେଲା

ତେବେ ମାସ୍କକୁ ନେଇ ରାଜଧାନୀ ଦିଲ୍ଲୀରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ମାସ୍କ ପିନ୍ଧିନଥିବା ଜଣେ ବ୍ୟକ୍ତି କାରରେ ଏକୁଟିଆ ଯାଉଥିଲେ । ମାସ୍କ ପିନ୍ଧିନଥିବା ଦେଖି ରାସ୍ତାରେ ପୋଲିସ ସେହି ଗାଡିଟିକୁ ଅଟକାଇଥିଲା । କେବଳ ଯେ, ଗାଡିଟିକୁ ଅଟକାଇଥିଲା ତାହା ନୁହେଁ ବରଂ ୫୦୦ ଟଙ୍କା ଜୋରିମାନା ଲଗାଇଥିବା ଜଣାଯାଇଛି । ଏହାକୁ ନେଇ ସମ୍ପୃକ୍ତ ବ୍ୟକ୍ତି କୋର୍ଟରେ ଯାଚିକା ଦାୟର କରିବା ସହ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀର ସୌରଭ ଶର୍ମା ପେଶାରେ ଜଣେ ଆଇନଜୀବୀ । କାରରେ ସେ ଏକୁଟିଆ ଯାଉଥିବା ସମୟରେ ପୋଲିସ ତାଙ୍କୁ ଅଟକାଇ ୫୦୦ ଟଙ୍କା ଜୋରିମାନା ଦେବାକୁ ବାଧ୍ୟ କରିଛି ।

ସୌରଭ ଯେଉଁ ସମୟରେ କହିଥିଲେ ଯେ, କାରରେ ଏକୁଟିଆ ଯିବା ବେଳେ ମାସ୍କ ପିନ୍ଧିବାର କୌଣସି ଆବଶ୍ୟକତା ନାହିଁ । କିନ୍ତୁ ପୋଲିସ କିଛି ଶୁଣିନଥିଲା । ତେଣୁ ସୌରଭ ଏନେଇ କୋର୍ଟରେ ଯାଚିକା ଦାୟର କରବା ସହ ମାନସିକ ପ୍ରତାଡନା କରାଯାଇଥିବା ଦର୍ଶାଇ ୧୦ ଲକ୍ଷ କ୍ଷତିପୂରଣ ଦାବି କରିଛନ୍ତି । ଏହାସହ ସେ କହିଛନ୍ତି ଯେ, କାରରେ ଏକୁଟିଆ ଯିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ କିନ୍ତୁ ପୋଲିସ କୌଣସି କଥା ଶୁଣିନଥିଲା । ତେବେ ଏହାକୁ ନେଇ ସୌରଭ ଅସନ୍ତୋଷ ପ୍ରକାଶ ମଧ୍ୟ କରିଛନ୍ତି ।

ଏକୁଟିଆ ଗାଡିରେ ଯାଉଥିଲେ ମାସ୍କ ପିନ୍ଧିବା ନୁହେଁ ବାଧ୍ୟତାମୂଳକ !

ତେବେ ମାସ୍କ ବ୍ୟବହାରକୁ ନେଇ ଲୋକଙ୍କ ମଧ୍ୟରେ ବଢୁଥିବା ଦ୍ୱନ୍ଦ୍ୱକୁ ନଜରରେ ରଖି ପୂର୍ବରୁ ମଧ୍ୟ ସ୍ପଷ୍ଟୀକରଣ ରଖିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏକୁଟିଆ କାର କିମ୍ବା ଅନ୍ୟକୌଣସି ବ୍ୟକ୍ତିଗତ ଗାଡିରେ ଯାତ୍ରା କରୁଥିଲେ ଚାଲାଣ କଟାଯିବା ନିୟମକୁ ଖଣ୍ଡନ କରାଯାଇଛି । ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣଙ୍କ କହିବାନୁସାରେ ଯଦି କୌଣସି ଗାଡିରେ ଏକାଧିକ ଲୋକ ବସି ଯାତ୍ରା କରୁଛନ୍ତି ତେବେ ଏଭଳି ସ୍ଥିତିରେ ମାସ୍କ ପିନ୍ଧିବା ନିହାତି ଜରୁରୀ । ଏଥିସହିତ ସାମାଜିକ ଦୂରତାକୁ ମଧ୍ୟ ଗୁରୁତ୍ୱ ଦେବା ଉଚିତ । ମାତ୍ର ଏହି ନିୟମ ଏକୁଟିଆ ଗାଡି ଚଲାଇ ଯାଉଥିବା ବ୍ୟକ୍ତି ବିଶେଷଙ୍କଠାରେ ଲାଗୁ ହୋଇନଥାଏ । କିନ୍ତୁ ସୌରଭ ଗାଡିରେ ଏକୁଟିଆ ଥିବା ପରେ ବି ପୋଲିସ ତାଙ୍କଠାରୁ ୫୦୦ ଶହ ଟଙ୍କା ଚାଲାଣ କାଟିଛି ।