ଫଳକରେ ରହିଲାନି ବିଧାୟକଙ୍କ ନାଁ, ଫଳକ ଉପରେ ବ୍ୟାନର ଟାଙ୍ଗିଦେଲେ କର୍ମୀ ।

84

କନକ ବ୍ୟୁରୋ : ଫଳକକୁ ନେଇ ନେତା ଓ ପ୍ରଶାସକଙ୍କ ମଧ୍ୟରେ ଛକାପଞ୍ଝା । କେନ୍ଦ୍ରାପଡା ଜିଲ୍ଲା ଚନ୍ଦନପୁର ବ୍ଲକରେ ଏକ ଶୀତଳଭଣ୍ଡାର ଉଦଘାଟନୀ ଉତ୍ସବକୁ ସ୍ଥାନୀୟ ବିଧାୟକଙ୍କୁ ଡକାଯାଇନଥିବା ଏବଂ ଫଳକରେ ନାଁ ନ ଥିବାକୁ ନେଇ ହଙ୍ଗମା ହୋଇଛି । ଉଦଘାଟକ ଭାବେ ଜିଲ୍ଲାପାଳଙ୍କ ନାଁ ରହିଥିବା ବେଳେ ସ୍ଥାନୀୟ ବିଧାୟକ ଶଶୀଭୂଷଣ ବେହେରା ଏବଂ ପଂଚାୟତ ସମିତି ଅଧ୍ୟକ୍ଷ ଶିବପ୍ରସାଦ ଭଳଙ୍କ ନାଁ ନ ଥିଲା । ଯାହାକୁ ଦଳର କର୍ମୀମାନେ ବିରୋଧ କରିଥିଲେ । ଏପରିକି ଜିଲ୍ଲାପାଳ ଉଦଘାଟନ କରିବାକୁ ଆସିବା ପୂର୍ବରୁ ଫଳକର ଏକ ଅବିକଳ ବ୍ୟାନରକୁ ଆଣି ଫଳକ ଉପରେ ଢାଙ୍କି ଦେଇଥିଲେ ।
ଯେଉଁ ବ୍ୟାନରରେ ଉଦଘାଟକ ଭାବେ ବିଧାୟକ ଏବଂ ଅତିଥି ଭାବେ ସମିତି ଅଧ୍ୟକ୍ଷଙ୍କ ନାଁ ରହିଥିଲା । ତେବେ ଦଳୀୟ ଲୋକ ଏହାକୁ ପ୍ରଶାସନିକ ତ୍ରୁଟି କହୁଥିଲେ ମଧ୍ୟ ପ୍ରଶାସନ ଏବଂ ଜନପ୍ରତିନିଧିଙ୍କ ମଧ୍ୟରେ ଥିବା ବିବାଦକୁ ନେଇ ଚର୍ଚ୍ଚା ଜୋର ଧରିଛି ।