ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ୧୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରାର୍ଥୀ ଘୋଷଣା । ସ୍ଥାନ ପାଇଲା ନାହିଁ ଓଡ଼ିଶା

234

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ଆଜି ପ୍ରେସମିଟ୍ କରି ୧୯୫ ଜଣ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ତେବେ ଆଜି ୧୬ ରାଜ୍ୟ ଓ ଦୁଇ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରାର୍ଥୀ ଘୋଷଣା ହେଇଥିବାବେଳେ, ଏହା ଭିତରେ କିନ୍ତୁ ଓଡିଶାର ନା ନାହିଁ ।

ଓଡିଶାର କୌଣସି ବି ଲୋକସଭା ଆସନ ପାଇଁ ବିଜେପି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନା ଘୋଷଣା କରିନି । ତେବେ ଚର୍ଚ୍ଚା ହେଉଥିଲା ଆଜି ଓଡିଶାରୁ ଅତି କମରେ ଦୁଇ ଜଣ ପ୍ରାର୍ଥୀଙ୍କ ନା ଘୋଷଣା ହେଇପାରେ । ହେଲେ ସେ ସବୁ ଚର୍ଚ୍ଚାରେ କିନ୍ତୁ ପୂର୍ଣ୍ଣଚ୍ଛେଦ ପଡିଛି । ଓଡିଶାର କୌଣସି ଲୋକସଭା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା ହେଇନି ।