ଅସୁସ୍ଥ ଅଛି ବୋରୱେଲ ଭିତରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟା । ଶରୀରରେ ଆଭ୍ୟନ୍ତରୀଣ ରକ୍ତସ୍ରାବ, ବିଭିନ୍ନ ସ୍ଥାନରେ ଘା’ ଯୋଗୁଁ ବଢ଼ିଛି ସଂକ୍ରମଣ

ଅସୁସ୍ଥ ଅଛି ବୋରୱେଲ ଭିତରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟା ।  ଶରୀରରେ ଆଭ୍ୟନ୍ତରୀଣ ରକ୍ତସ୍ରାବ, ବିଭିନ୍ନ ସ୍ଥାନରେ ଘା’ ଯୋଗୁଁ  ବଢ଼ିଛି ସଂକ୍ରମଣ

କନକ ବ୍ୟୁରୋ : ଅସୁସ୍ଥ ଅଛି ବୋରୱେଲ ଭିତରୁ ଉଦ୍ଧାର ହୋଇଥିବା ନବଜାତ ଶିଶୁ । ଶିଶୁ କନ୍ୟାଟିର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ପାଇଁ ଆଜି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଭୀମସାର ଯାଇ ସ୍ଥିତି ପରଖିଛନ୍ତି । ଶିଶୁଟିକୁ ସ୍ୱତନ୍ତ୍ର ଚିକିତ୍ସା କରିବା ପାଇଁ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ସେପଟେ  ପ୍ରଶାସନ ଶିଶୁଟିର ଅବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଛି ।  ଶିଶୁ କିପରି ସ୍ୱାଭାବିକ ସ୍ଥିତିକୁ ଫେରିବ ସେନେଇ ଚେଷ୍ଟା ଜାରି ରହିଛି । ପୁରା ସ୍ଥିତି ଉପରେ ପ୍ରଶାସନର ନଜର ରହିଛି । ଶିଶୁ କନ୍ୟାର ଆଭ୍ୟନ୍ତରୀଣ ରକ୍ତସ୍ରାବ ହେଉଥିବାରୁ ଡାକ୍ତର ଟିମ୍ ରକ୍ତ ବନ୍ଦ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଦେହରେ ହୋଇଥିବା କ୍ଷତ ଯୋଗୁଁ ସଂକ୍ରମଣ ବଢ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe