କନକ ବ୍ୟୁରୋ : ଅସୁସ୍ଥ ଅଛି ବୋରୱେଲ ଭିତରୁ ଉଦ୍ଧାର ହୋଇଥିବା ନବଜାତ ଶିଶୁ । ଶିଶୁ କନ୍ୟାଟିର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ପାଇଁ ଆଜି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଭୀମସାର ଯାଇ ସ୍ଥିତି ପରଖିଛନ୍ତି । ଶିଶୁଟିକୁ ସ୍ୱତନ୍ତ୍ର ଚିକିତ୍ସା କରିବା ପାଇଁ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ସେପଟେ ପ୍ରଶାସନ ଶିଶୁଟିର ଅବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଛି । ଶିଶୁ କିପରି ସ୍ୱାଭାବିକ ସ୍ଥିତିକୁ ଫେରିବ ସେନେଇ ଚେଷ୍ଟା ଜାରି ରହିଛି । ପୁରା ସ୍ଥିତି ଉପରେ ପ୍ରଶାସନର ନଜର ରହିଛି । ଶିଶୁ କନ୍ୟାର ଆଭ୍ୟନ୍ତରୀଣ ରକ୍ତସ୍ରାବ ହେଉଥିବାରୁ ଡାକ୍ତର ଟିମ୍ ରକ୍ତ ବନ୍ଦ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଦେହରେ ହୋଇଥିବା କ୍ଷତ ଯୋଗୁଁ ସଂକ୍ରମଣ ବଢ଼ିଛି ।
ଅସୁସ୍ଥ ଅଛି ବୋରୱେଲ ଭିତରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟା । ଶରୀରରେ ଆଭ୍ୟନ୍ତରୀଣ ରକ୍ତସ୍ରାବ, ବିଭିନ୍ନ ସ୍ଥାନରେ ଘା’ ଯୋଗୁଁ ବଢ଼ିଛି ସଂକ୍ରମଣ
/kanak/media/post_attachments/wp-content/uploads/2023/12/5-27.jpg)