ଜୟପୁର ରେଳ ଇତିହାସରେ ଯୋଡି ହେଲା ଆଉ ଏକ ଫର୍ଦ୍ଦ । ଏଣିକି ଆଉ ଅପେକ୍ଷା କରିବନି ଟ୍ରେନ୍ । ଅତ୍ୟାଧୁନିକ ଶୈଳିରେ ତିଆରି ହେଲା ରେଲୱେ ଓଭର ବ୍ରିଜ

275

କନକ ବ୍ୟୁରୋ: ଷ୍ଟେସନରେ ଆଉ ଘଂଟା ଘଂଟା ଅପେକ୍ଷା କରିବାକୁ ପଡ଼ିବ ନାହିଁ ଟ୍ରେନକୁ । ମାଲ ଗାଡ଼ି ସହ ଯାତ୍ରୀବାହି ଟ୍ରେନ ମଧ୍ୟ ଏକା ସାଥିରେ କରିପାରିବ ଚଳାଚଳ । ଜୟପୁର ରେଳ ଲାଇନର ଦୋହରି କରଣ ସାଙ୍ଗକୁ ଉନ୍ନତ ଗ୍ୟାନ କୌଶଳରେ ନିର୍ମାଣ ହେଉଛ ରେଲୱେ ବ୍ରିଜ । ବସ ଚଳାଚଳ ସାଙ୍ଗକୁ ଟ୍ରେନ ଯାତାୟାତ କରିବ । ଏହା ମାଲକାନଗିରି ଓ ନବରଗଂପୁର ପାଇଁ ରେଳଲାଇନ ନିର୍ମାଣରେ ସହଜ ହେବା ସହ ଦୀର୍ଘ ଦିନର ସ୍ୱପ୍ନ ସାକାର ହେବ ବୋଲି ଆଶା କରାଯାଉଛି ।

ବ୍ରିଜ ନିର୍ମାଣ ଚାଲିଛି । ଏହି ବ୍ରିଜ ତଳେ ଗଡ଼ିବ ଟ୍ରେନ ଓ ଉପରେ ବସ । ଜୟପୁର ରେଳ ଲାଇନ୍ର ଦୋହରିକରଣ କାମ ଚାଲିଛି । ଏହାସହ ରାଜପଥକୁ ସଂଯୋଗ କରୁଥିବା ରେଳପଥରେ ରେଲୱେ ବ୍ରଜି କରାଯାଉଛି । ୪୪ ମିଟର ଲମ୍ବ ଓ ୯.୫ ମିଟର ଚଉଡା ପୋଲକୁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମାଣ କରାଯାଉଛି । ବେଙ୍ଗାଲୁର ଏକ ଘରୋଇ କମ୍ପାନୀ ଏହି କାମ କରୁଛି । ୧୫ ଜଣ ଶ୍ରମିକ ବ୍ରିଜ ନିର୍ମାଣ କାମ ଜାରି ରଖିଛନ୍ତି । କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚିଛି ।

କୋରାପୁଟ ଜୟପୁରର ରେଳପଥ ଦେଇ ରଜ୍ୟ ସମେତ ରାଜ୍ୟ ବାହାରକୁ ମାଲ ପରିବହନ ହୁଏ । ଏଠାରେ ଗୋଟିଏ ରେଳ ଧରଣା ଥିବାରୁ ଅନକେ ସମୟରେ ଗାଡିକୁ ଅଟକି ରହିବାକୁ ହୁଏ । ହେଲେ ଆଗକୁ ଆଉ ଏଭଳି ସମସ୍ୟା ସୃଷ୍ଟି ହେବ ନାହିଁ । କାରଣ ଜୟପୁରରୁ ଛତଲିପୁଟ ଓ କୋରାପୁଟ ପର୍ଯ୍ୟନ୍ତ ରେଳ ଲାଇନର ଦୋହରିକରଣ କାମ ଦୃତ ଗତିରେ ଚାଲିଛି । ଏହା ସମ୍ପର୍ଣ୍ଣ ହେଲେ ଅଧିକ ଟ୍ରେନ ଚଳାଚଳ କରିବା ସାଙ୍ଗକୁ ଯାତ୍ରୀବାହି ଟ୍ରେନ ଚାଲିବା ସହଜ ହୋଇଯିବ ।