ଶିବ ମନ୍ଦିରରେ ଆଉ ଭୋଗ ଲାଗିପାରିବନି ଗଞ୍ଜେଇ, ପୂର୍ବତନ ସାଂସଦ ତଥାଗତ ଶତପଥୀ କଲେ ନାପସନ୍ଦ

1,589

କନକ ବ୍ୟୁରୋ: ଶିବ ମନ୍ଦିରରେ ଗଞ୍ଜେଇ ମନା । ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ରାଜ୍ୟର ସମସ୍ତ ଶୈବପୀଠରେ ଗଞ୍ଜେଇକୁ ପ୍ରସାଦ ଭାବେ ଲାଗି କରାଯାଇ ପାରିବ ନାହିଁ ବୋଲି କହିଛି । ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖାଯାଇଛି । ହେଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ ଏପରି ନିଷ୍ପତିକୁ ନାପସନ୍ଦ କରିଛନ୍ତି । ପ୍ରଶାସନ ଓଡିଆଙ୍କ ସଂସ୍କତି ବାବଦରେ ଅବଗତ ନାହାନ୍ତି । ଏପରି ନିଷ୍ପତି ଗ୍ରହଣଯୋଗ୍ୟ ନୁହେଁ । ସରକାର ଏହି ନିଷ୍ପତି ପ୍ରତ୍ୟାହାର କରନ୍ତୁ ବୋଲି ତଥାଗତ ଦାବି କରିଛନ୍ତି ।

ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ବିଭିନ୍ନ ଶୈବପୀଠରେ ଗଂଜେଇ ବ୍ୟବହାର ନିଷିଦ୍ଧ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଚିଠିରେ ଅନୁରୋଧ କରିଛି । ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ଏନେଇ ଚିଠି ଲେଖିଛନ୍ତି । ବାବା ବଳିଆ ଟ୍ରଷ୍ଟର ଚିଠି ଆଧାରରେ ବିଜ୍ଞପ୍ତି ଜାରି କରାଯାଇଥିବା ଅନୁମାନ କରାଯାଉଛି । ସେପଟେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି, ଶୈବ ପୀଠରେ ଗଂଜେଇ ଭୋଗ ନାଁରେ ନିଶା କାରବାର ଚାଲିଥିଲା ।