ଶ୍ରୀମନ୍ଦିରକୁ ଯିବନି ନକଲି ଘିଅ ! ଗର୍ଭଗୃହରେ ଜଳିବ ରାଶି ତେଲ ଦୀପ

85

କନକ ବ୍ୟୁରୋ : ନକଲି ଘିଅକୁ ନା । ଶ୍ରୀମନ୍ଦିରରେ ନକଲି ଘିଅ ଉପରେ ଲାଗିଛି କଟକଣା । ଏଣିକି ମନ୍ଦିର ଭିତରକୁ ଯାଇପାରିବନି ନକଲି ଘିଅ । ନକଲି ଘିଅରେ ଦୀପ ଜଳୁଥିବାରୁ ଶ୍ରୀମନ୍ଦିର ପଥର ନଷ୍ଟ ହେଉଛି । ଚଟାଣ ଖସଡା ହୋଇ ସେବାୟତ ଖସିପଡି ଆହତ ହେଉଛନ୍ତି । ଏଣୁ ଘିଅ ବଦଳରେ ରାଶି ତେଲ ଦୀପ ଜାଳିବାକୁ ନିଷ୍ପତି ହୋଇଛି । ଏଥିସହ ମନ୍ଦିର ଗର୍ଭଗୃହରେ ଅବାଧ ଦୀପ ଜାଳିବା ଉପରେ ବି କଟକଣା ଲଗାଇଛି ଶ୍ରୀମନ୍ଦିର ପ୍ରଶାସନ ।

ତେବେ ପ୍ରଶ୍ନ ଉଠୁଛି କେମିତି ଜାଣିହେବ ଘିଅ ଅସଲି ନା ନକଲି? କିଏ କରିବ ଏହାର ପରୀକ୍ଷା? ଗର୍ଭଗୃହରେ ଠାକୁରଙ୍କ ପାଖରେ ଆଜିଯାଏଁ କେମିତି ଜଳୁଥିଲା ନକଲି ଘିଅ ଦୀପ? ପ୍ରଶାସନ ଏବାବଦରେ ଜାଣି ଚୁପ୍ ଥିଲା କାହିଁକି? ରାଶିତେଲ ଦୀପ ଘିଅର ବିକଳ୍ପ ହୋଇପାରିବ କି?

ଖାଲି ନକଲି ଘିଅ ଦୀପ ନୁହେଁ ଶ୍ରୀମନ୍ଦିର ଭିତରେ ପାନ, ଗୁଟଖା ଉପରେ ବି କଟକଣା ଲାଗିଛି । ଏଥିସହ ମନ୍ଦିର ହୁଣ୍ଡି ଲୁଗାପଟା ନିଲାମ କରିବାକୁ ନିଷ୍ପତି ନେଇଛି ପ୍ରଶାସନ ।