କନକ ବ୍ୟୁରୋ : ଏଟିଏମରେ ନାହିଁ ଟଙ୍କା । ଭଦ୍ରକ ଚାନ୍ଦବାଲିରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସହରର ୮ଟି ଯାକ ଏଟିଏମ ଅଚଳ ହୋଇପଡିଛି । ଫଳରେ ଲୋକେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଆଜି ସକାଳୁ ବିଭିନ୍ନ ଏଟିଏମକୁ ଯାଇ ଲୋକେ ନିରାଶ ହୋଇ ଫେରିଛନ୍ତି । ଫଳରେ ପେଟ୍ରୋଲ ପମ୍ପରେ ଭିଡ ଦେଖିବାକୁ ମିଳିଛି । ନିୟମ ଅନୁସାରେ, କିଛି ପେଟ୍ରୋଲ ପମ୍ପରେ ଡେବିଟ କାର୍ଡ ସହାୟତାରେ ୨ ହଜାର ଟଙ୍କା ଯାଏଁ ଉଠାଣ ହେବାର ବ୍ୟବସ୍ଥା ରହିଛି । ଆଉ ଟଙ୍କା ପାଇଁ ଲୋକେ ଭିଡ ଜମାଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ଏଟିଏମ ସଂକଟ ବା ଏଟିଏମରେ ଟଙ୍କା ନଥିବା ସମସ୍ୟା ୨ ମାସ ହେଲାଣି ଦେଖିବାକୁ ମିଳୁଛି । ଏବେ କିନ୍ତୁ ଚରମ ପରିସ୍ଥିତି ସୃଷ୍ଟି ହୋଇଛି ଚାନ୍ଦବାଲିରେ । ସହରର ୮ଟି ଯାକ ଏଟିଏମ ଅଚଳ ହୋଇପଡିଛି । ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇ ମଧ୍ୟ ସାଧାରଣ ଜନତା ନିରାଶ । ପେଟ୍ରୋଲ ପମ୍ପ ମାଲିକ କହିବା ପରେ ସେମାନେ ଭିଡ ଜମାଇଥିଲେ । ମହିଳାଙ୍କ ଠାରୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ସମସ୍ତେ ଲାଇନରେ ଲାଗିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/ATM-petrol.jpg)
/kanak/media/post_attachments/wp-content/uploads/2018/05/ATM2-300x169.jpg)