ନୂଆବର୍ଷ ଆରମ୍ଭରୁ ଗ୍ରାହକ ହଇରାଣ: ମାଲକାନଗିରିରେ ସପ୍ତାହେ ହେଲା ଅଧିକାଂଶ ଏଟିଏମ ଖାଲି୍; ଟଙ୍କା ନଥିବାରୁ ବଢୁଛି ଲୋକଙ୍କ ଅସୁବିଧା

Advertisment
ନୂଆବର୍ଷ ଆରମ୍ଭରୁ ଗ୍ରାହକ ହଇରାଣ: ମାଲକାନଗିରିରେ ସପ୍ତାହେ ହେଲା ଅଧିକାଂଶ ଏଟିଏମ ଖାଲି୍; ଟଙ୍କା ନଥିବାରୁ ବଢୁଛି ଲୋକଙ୍କ ଅସୁବିଧା

କନକ ବ୍ୟୁରୋ: ନୂଆ ବର୍ଷରୁ ଏଟିଏମ୍ ଖାଲି । ଏଟିଏମ୍ ଅଛି ହେଲେ ଟଙ୍କା ନାହିଁ । ଆକାଉଂଟରେ ପଇସା ଅଛି ହେଲେ ଲୋକେ ଏଟିଏମ୍ରୁ ଉଠାଇପାରୁନାହାଁନ୍ତି । ଲୋକେ ଟଙ୍କା ଉଠାଇବା ପାଇଁ ଏଟିଏମକୁ ଯାଉଛନ୍ତି ହେଲେ ଟଙ୍କା ନଥିବାରୁ ନିରାଶ ହୋଇ ଫେରୁଛନ୍ତି ।

publive-image

ଏଭଳି ଚିତ୍ର ସାମ୍ନାକୁ ଆସିଛି ମାଲକାନାଗିରି ଜିଲ୍ଲାରେ । ମାଲକାନାଗିରି ଜିଲ୍ଲା ମୁଖ୍ୟାଳୟର ସମସ୍ତ ଏଟିଏମ୍ ଖାଲି ପଡ଼ିଛି । ମାସ ଆରମ୍ଭରୁ ଏଟିଏମ୍ ଖାଲି ଥିବାରୁ ଲୋକେ ପଇସା ଉଠାଇନପାରି ହନ୍ତସନ୍ତ ହେଉଛନ୍ତି । ଏଥିରେ ବିଭିନ୍ନ ବର୍ଗର ଲୋକେ ପ୍ରଭାବିତ ହେଉଛନ୍ତି । ଏହାର ପ୍ରକୃତ କାରଣ କ’ଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe