ଶ୍ରମିକଙ୍କୁ ମିଳୁନି ପାରିଶ୍ରମିକ ! କାମ କରି ଭୋକରେ ଶ୍ରମିକ, ମିଳିଲାନି ମଜୁରୀ । ଦାଦନ ଶ୍ରମିକଙ୍କ ଦୁଃଖ ବୁଝୁ ନାହାନ୍ତି ସ୍ଥାନୀୟ ଅଧିକାରୀ । ଗାଇସିଲଟ ବ୍ଲକରୁ ଆସିଲା ଦାଦନଙ୍କ ଦୁଃଖର କରୁଣ କାହାଣୀ

91

କନକ ବ୍ୟୁରୋ: ଦାଦନ ପ୍ରବଣ ଅଂଚଳରେ ଶ୍ରମିକକୁ ମିଲୁନି ପାରିଶ୍ରମିକ । ତାଲାବନ୍ଦ ଯୋଗଁ ଲୋକମାନେ ରୋଜଗାର ହରାଇଥିଲେ । ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକ ମାନେ ନିଜ ଗାଁକୁ ଫେରିଥିଲେ । ଏହି ଶ୍ରମିକ ମାନେ ତାଲାବନ୍ଦ ସମୟରେ କିପରି ରୋଜଗାର କ୍ଷମ ହୋଇ ନିଜ ପରିବାର ପୋଷନ କରି ପାରିବେ ସେ ନେଇ ସରକାର ମନରେଗା ଯୋଜନାରେ ଲୋକଙ୍କୁ କାମ ଯୋଗାଇ ଦେଇଥିଲେ । ହେଲେ କିଛି ଅସାଧୁ କର୍ମଚାରୀଙ୍କ ଯୋଗୁଁ ଶ୍ରମିକ ମାନେ ପରିଶ୍ରମ କରି ମଧ୍ୟ ନିଜ ପରିଶ୍ରମିକ ପାଇବାରୁ ବଂଚିତ ହେଉଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଲିଛି ଦାଦନ ପ୍ରବଣ ଅଂଚଳ ଗାଇସିଲାଟ ବ୍ଲକରେ ।

ଗାଇସିଲାଟ ବ୍ଲକ ଗିଦମାଲ ଗ୍ରାମର ଶ୍ରମିକମାନେ ତାଲାବନ୍ଦ ସମୟରେ ମନରେଗା ଯୋଜନାରେ ଚାରି ସପ୍ତାହ ଅର୍ଥାତ ମାସେ ଧରି ମାଟି କାମ କରିଥିଲେ । ହେଲେ ମାଟି ବୋହିବାର ୬ ମାସ ବିତି ଯାଇଥିଲେ ମଧ୍ୟ ଶ୍ରମିକ ମାନେ ମଜୁରୀ ପାଇ ନାହାଁନ୍ତି । କାମ କରି ଟଙ୍କା ନ ପାଇ ବହୁ କଷ୍ଟାରେ ଧାର କରଜ କରି ଶ୍ରମିକମାନେ ପରିବାର ପ୍ରତିପୋଷଣ କରୁଛନ୍ତି । ଅସାଧୁ କର୍ମଚାରୀଙ୍କ ଏଭଳି କାର୍ଯ୍ୟ ଯୋଗୁଁ ଗରିବ ଖଟିଖିଆ ଲୋକ ଦାଦନ ଖଟିଯିବା ପାଇଁ ବାଧ୍ୟ ହେଉଥିବା ଅଭିଯୋଗ କରିଛନ୍ତି । ଏନେଇ ସ୍ଥାନୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇଛନ୍ତି । ହେଲେ ହେଲେ ସ୍ଥାନୀୟ ଅଧିକାରୀ କେବଳ ଭୂଆଁ ବୁଲାଉଛନ୍ତି ।