କନକ ବ୍ୟୁରୋ: ଦାୟିତ୍ୱ ନେଉ ନେଉ ଆକ୍ସନ ମୋଡରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।  ରଥ ଉପରକୁ ମୋବାଇଲ ଫୋନକୁ ନିଷେଧ କରାଯାଇଛି । ଆଜି ସକାଳେ ଏ ନେଇ ନୂଆ ପ୍ରଶାସକ ସୂଚନା ଦେବା ପରେ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ନେଇ ଜାରି ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ  ଚିଠିରେ କୁହାଯାଇଛି, ଚଳିତବର୍ଷ ରଥଯାତ୍ରା ସମୟରେ ରଥ ଉପରେ କ୍ୟାମେରା ଓ ମୋବାଇଲ ଫୋନ ବ୍ୟବହାର କରିବା ସଂପୂର୍ଣ୍ଣ ନିଷେଧ ବୋଲି ରଥଯାତ୍ରା ଓ ବାହୁଡାଯାତ୍ରା -୨୦୨୪ରେ ଉଲ୍ଲେଖ ଅଛି । ତା ସତ୍ବେ ରଥ ଉପରେ ବାରମ୍ୱାର ମୋବାଇଲ ଫୋନ ବ୍ୟବହାର କରୁଥିବା ପରିଲକ୍ଷିତ ହୋଇଛି । ତେଣୁ ରଥ ଉପରେ ଉପସ୍ଥିତ ଥିବା ସମୟରେ କ୍ୟାମେରା ଓ ମୋବାଇଲ ଫୋନ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନ ବାଧ୍ୟ ହେବ ବୋଲି ଚିଠିରେ କୁହାଯାଇଛି ।