ଲଦ୍ଦାଖ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବଡ ବୟାନ : କହିଲେ, ବିବାଦର ବାହାରିପାରିନି ସମାଧାନ; ଯଥାସ୍ଥିତି ବଜାୟ

ଚୀନର ବିସ୍ତାରବାଦ ନୀତିର ଦିଆଯିବ କଡା ଜବାବ

77

କନକ ବ୍ୟୁରୋ : ଚୀନ ସହ ବିବାଦକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଲଦ୍ଦାଖ ବିବାଦର ଏ ସମାଧାନ ବାହାରିପାରିନାହିଁ । ସେଠାରେ ଯଥାସ୍ଥିତି ବଜାୟ ରହିଛି । ଯଦି କୌଣସି ଦେଶ ବିସ୍ତାରବାର ନୀତି ଆପଣାଇବା ତାହା ହେଲେ ଏହାର କଡା ଜବାବ ଦିଆଯିବ । ଚୀନ ସହିତ ଏବେ ବି ଆଲୋଚନା ଜାରି ରହିଛି । ଖୁବଶୀଘ୍ର ଆଉ ଏକ ସୈନ୍ୟସ୍ତରୀୟ ବୈଠକ ହେବ । ଚୀନ ସହ ସୀମା ବିବାଦ ବହୁତ ଦିନର ହୋଇଥିବାରୁ ଏହାର ଶୀଘ୍ର ସମାଧାନ ହେବା ଦରକାର ବୋଲି କହିଛନ୍ତି ରାଜନାଥ ।

ଡିସେମ୍ବର ୧୮ ତାରିଖରେ ଅନୁଷ୍ଠିତ ‘ଡବ୍ଲୁଏମ୍‌ସିସି’ ବୈଠକ ପରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଥିଲା କି, ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ଓ ସାମରିକ ସ୍ତରୀୟ ଆଲୋଚନା ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି। ଯଥା ଶୀଘ୍ର ପରବର୍ତ୍ତୀ ତଥା ୯ମ ପର୍ଯ୍ୟାୟ ବରିଷ୍ଠ କମାଣ୍ଡର୍‌ମାନଙ୍କ ବୈଠକ ବସିଲେ ଉଭୟ ପକ୍ଷ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ନିମନ୍ତେ କାର୍ଯ୍ୟ ଆରମ୍ଭ କରିବେ।

Comments are closed.