କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀବାସୀଙ୍କୁ ଆଶ୍ୱସ୍ତି । ଆଉ ପିନ୍ଧିବାକୁ ପଡିବନି ମାସ୍କ । ଏହାକୁ ଆଉ ବାଧ୍ୟତାମୂଳକ କରାଯିବନି । ମାସ୍କ ନପିନ୍ଧିଲେ ପଡିବନି ଫାଇନ୍ । ଏପରି ଘୋଷଣା କରିଛନ୍ତି ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି । ( ଡିଡିଏମଏ) 

Advertisment

 ପୂର୍ବରୁ ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ ଥିଲା । ଏସବୁ ସ୍ଥାନରେ ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ଯାଏଁ ଫାଇନ କଟୁଥିଲା । ହେଲେ ଏଥିରୁ ଦିଲ୍ଲୀବାସୀଙ୍କୁ ମୁକ୍ତି ମିଳିଯାଇଛି । ଡିଡିଏମଏର ସର୍କୁଲାର ମୁତାବକ, ‘ମୁୁହଁରେ ମାସ୍କ ନଥିଲେ ଜରିମାନା ନାହିଁ ଏହାର ଅର୍ଥ ନୁହେଁ ଲୋକେ ମାସ୍କ ପିନ୍ଧିବା ଛାଡିଦେବେ । ଦେଶରେ କରୋନା ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧିନ ଥିଲେ ବି ବିଦେଶରୁ ତ ଏଯାଏଁ କରୋନାର ଭୟ ଯାଇନି । ତେଣୁ ଭାଇରସର ପ୍ରବେଶ ନେଇ କେହି କିଛି କଳନା କରିବା ଆଗରୁ ଭାରତୀୟଙ୍କୁ ସବୁବେଳେ ସଚେତ ହୋଇ ରହିବାକୁ ପଡିବ । କରୋନା ଥାଉ କି ନଥାଉ ନିଜର ସୁରକ୍ଷା ଦୃଷ୍ଟିରୁ ସର୍ବସାଧାରଣ ସ୍ଥାନରେ ମାସ୍କ ଏକ ଉଚିତ ନିଷ୍ପତ୍ତି’ ବୋଲି ଡିଡିଏମଏ ପକ୍ଷରୁ କୁହାଯାଇଛି ।

କହିରଖୁଁ ବ୍ୟକ୍ତିଗତ ସ୍ତରରୁ ମାସ୍କ ନପିନ୍ଧିବା ଉପରୁ ଜରିମାନା ଉଠିବା ପୂର୍ବରୁ ଫେବୃଆରୀରେ ଗାଡି ଚାଳକ ମାନଙ୍କ ଉପରୁ ମାସ୍କ ପିନ୍ଧିବା କଟକଣା ଉଠିଥିଲା । କାରରେ ମଧ୍ୟ ଯାତ୍ରା କରୁଥିବା ସମୟରେ ମାସ୍କ ପିନ୍ଧିବା ଜରୁରୀ ନୁହେଁ ବୋଲି ଫେବୃଆରୀ ୪ ତାରିଖରେ ଘୋଷଣା ହୋଇଥିଲା । 

ଅଧିକାଂଶ ସ୍ଥାନରେ ମାସ୍କ ପିନ୍ଧିବା ଉପରୁ କଟକଣା ହଟିଯାଇଥିଲେ ବି ଏହା ଏବେକାର ଜେନେରେସନ୍ ପାଇଁ ଏକ ଟ୍ରେଣ୍ଡ ପାଲଟିଗଲାଣି । କାରଣ ଏହାଦ୍ୱାରା କରୋନା ଆଉ ଏକ ଫ୍ୟାକ୍ଟର ହୋଇନରହିଲେ ବି ପଲ୍ୟୁସନ୍ ତଥା ଡଷ୍ଟରୁ ମୁକ୍ତି ପାଇଁ ଅଧିକାଂଶ ମାସ୍କ ପିନ୍ଧିବାକୁ ପସନ୍ଦ କରୁଛନ୍ତି । ଆଉ କିଛି ଲୋକଙ୍କ ପାଇଁ ଏକ ଫ୍ୟାସନ ପାଲଟିଛି । ମାସ୍କର ବିଭିନ୍ନ ଡିଜାଇନର ପ୍ରସ୍ତୁତି କରି ପିନ୍ଧିବାକୁ ପସନ୍ଦ କରୁଛନ୍ତି । କେବଳ ଏତିକି ନୁହେଁ ରୂପା, ସୁନା ଓ ହୀରାର ମାସ୍କ ମଧ୍ୟ ପିନ୍ଧିି ଲୋକଲୋଚନକୁ ଆସିବାକୁ ପସନ୍ଦ କରୁଛନ୍ତି କିଛି ବ୍ୟକ୍ତିତ୍ୱ ।  

ସାଧାରଣ ମାସ୍କ ନୁହେଁ ବରଂ ଭଳିକି ଭଳି ମାସ୍କ ପିନ୍ଧି ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବାକୁ ଇଚ୍ଛା କରୁଛନ୍ତି ଲୋକେ । ଡ୍ରେସ୍ ଡିଜାଇନରମାନେ ଆଜିକାଲି ନିଜ ପ୍ରସ୍ତୁତ ଆପାରେଲ ସହ ମ୍ୟାଚ୍ କଲାଭଳି ମାସ୍କ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ବିବାହ ଉତ୍ସବରେ କନ୍ୟାକୁ ବ୍ରାଇଡାଲ ପୋଷାକ ସହ ମ୍ୟାଚିଙ୍ଗ ମାସ୍କ ପିନ୍ଧିବାକୁ ଦେଖିବାକୁ ମିଳୁଛି । ଏଥିରୁ ସ୍ପଷ୍ଟ ହେଉଛି କେବଳ କରୋନା ନୁହେଁ ବରଂ ଏକ ଫ୍ୟାସନରେ  ବଦଳିଯାଇଛି ମାସ୍କ ।ଏହାସହ ମାସ୍କ ପ୍ରସ୍ତୁତି ଅନେକଙ୍କୁ ରୋଜଗାରକ୍ଷମ ମଧ୍ୟ କରିପାରିଛି ।