ବିଏମସି ଗାଇଡଲାଇନ ପରେ ଖାଁ ଖାଁ ବିନ୍ଦୁସାଗର କୂଳ : ନା ଅଛନ୍ତି ଶ୍ରଦ୍ଧାଳୁ ନା ଦିଆଯାଉଛି ଶ୍ରାଦ୍ଧ

93

କନକ ବ୍ୟୁରୋ : ବିଏମସି ଗାଇଡଲାଇନ ପରେ ଖାଁ ଖାଁ ବିନ୍ଦୁ ସାଗର କୂଳ । ନା ଅଛନ୍ତି ଶ୍ରଦ୍ଧାଳୁ ନା ଦିଆଯାଉଛି ଶ୍ରାଦ୍ଧ । ଜଗିଛନ୍ତି ଗୋଟେ ପ୍ଲାଟୁନ ପୋଲିସ । ଯିବା ଆସିବା ଲୋକଙ୍କୁ ବିନ୍ଦୁସାଗର କୂଳରେ ଆଜି ଛିଡା ହେବାକୁ ବି ବାରଣ କରାଯାଉଛି । ବିନ୍ଦୁ ସାଗରରେ ମହାଳୟା ଶ୍ରାଦ୍ଧ ମନା ହୋଇଛି । ଶ୍ରାଦ୍ଧ ସାଙ୍ଗକୁ ବ୍ରାହ୍ମଣ ଭୋଜନ ଉପରେ କଟକଣା ଲଗାଯାଇଛି । ଗହଳି ଓ ଭିଡ ନକରିବାକୁ ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ବିଏମସିର ଏଭଳି ନିଷ୍ପତ୍ତି ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । କୋଭିଡ ସଂକ୍ରମଣ ଓ ଲୋକଙ୍କ ନିରାପତାକୁ ଦୃଷ୍ଟିରେ ରଖି ବିନ୍ଦୁସାଗରରେ ମହାଳାୟା ପାଳନ ଓ ବ୍ରାହ୍ମଣ ଭୋଜନ ହୋଇପାରିବ ନାହିଁ ବୋଲି କୁହାଯାଇଛି । ପ୍ରତ୍ୟେକ ବର୍ଷ ମହାଳୟାରେ ବିନ୍ଦୁସାଗରରେ ପିତୃପୁରୁଷଙ୍କ ଶ୍ରାଦ୍ଧ ପାଇଁ ଲୋକଙ୍କ ଭିଡ ହୋଇଥାଏ । ତେବେ ଚଳିତବର୍ଷ ମହାଳୟା ହୋଇପାରିବ ନାହିଁ ବୋଲି ବିଏମସି କହିଛି ।