ଆଜି ରାତି ୮ଟାରୁ ମହାରାଷ୍ଟ୍ରରେ ୧୫ ଦିନ ପାଇଁ ୧୪୪ ଧାରା : ଅନାବଶ୍ୟକ ଯାତାୟତ ଉପରେ କଟକଣା

ବନ୍ଦ ରହିବ ସର୍ବସାଧାରଣ ସ୍ଥାନ ଏବଂ ପ୍ରତିଷ୍ଠାନ; ଅତ୍ୟାବଶକ ସେବାକୁ ଅନୁମତି, ଆରମ୍ଭ ହେବ ‘ବ୍ରେକ୍ ଦ ଚେନ୍’ ଅଭିଯାନ୍

105

କନକ ବ୍ୟୁରୋ : ମହାରାଷ୍ଟ୍ରରେ କରୋନା ଲକଡାଉନ୍ ଲାଗୁ ହେବ ନାହିଁ । ହେଲେ ଲକଡାଉନ ଭଳି କଟକଣା ଲାଗୁ ହେବ । ଆଜି ରାତି ୮ଟାରୁ ରାଜ୍ୟବ୍ୟାପୀ ୧୪୪ ଧାରା ଜାରି ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ବୁଧବାର ରାତି ୮ଟାରୁ ଏପ୍ରିଲ ୩୦ ତାରିଖ ଯାଏଁ ସାରା ରାଜ୍ୟରେ ଲକଡାଉନ ଭଳି କଟକଣା ଜାରି ହେବ ।

ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ, କହିଛନ୍ତି କରୋନା ଯୁଦ୍ଧ ପୁଣି ଆରମ୍ଭ ହୋଇଯାଇଛି ।  ତେଣୁ ଜରୁରୀ କାମନଥିଲେ ଘରୁ ନବାହାରିବାକୁ ଅପିଲ କରିଛନ୍ତି ଉଦ୍ଧବ ଠାକରେ । ଗୋଟିଏ ସ୍ଥାନରେ ୪ ଜଣରୁ ଅଧିକ ଲୋକ ରୁଣ୍ଡ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି । ୧୪୪ ଧାରା ଜାରି ହେଲେ ସକାଳ ୭ରୁ ରାତି ୮ଟା ଯାଏଁ ଜରୁରୀକାଳିନ ସେବା ଛଡା ସବୁ କିଛି ବନ୍ଦ ରହିବ । ଟ୍ରେନ ଓ ବସର ବ୍ୟବହାର ଜରୁରୀକାଳୀନ ପରିସ୍ଥିତି ପାଇଁ କେବଳ କରାଯିବ ବୋଲି କହିଛନ୍ତି ।

ବ୍ୟାଙ୍କ, ଗଣମାଧ୍ୟମ, ଇ-କମର୍ସ, ପେଟ୍ରୋଲ ପମ୍ପ ସହ ସମ୍ବନ୍ଧିତ ସମସ୍ତ କାର୍ଯ୍ୟ ଚାଲିପାରିବ । ଶ୍ରମିକମାନେ କାମ କରୁଥିବା ସ୍ଥାନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ନିୟମ ଭାଙ୍ଗିଲେ ହେବ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ସେପଟେ ରାଜ୍ୟର ଅଧିକ ଡାକ୍ତରଖାନାରେ ଅକ୍ସିଜେନ ସିଲିଣ୍ଡରର ଅଭାବ ଦେଖା ଦେଇଥିବାରୁ କେନ୍ଦ୍ରସରକାରଙ୍କୁ ଶୀଘ୍ର ଅକ୍ସିଜେନ ସିଲିଣ୍ଡର ଯୋଗାଇଦେବାକୁ ଦାବି କରିଛନ୍ତି ।