ନୂଆ ସରକାରଙ୍କ ନୂଆ ନିଷ୍ପତି । ରାଜସ୍ଥାନରେ ଏଣିକି ରାତି ୮ଟା ପରେ ଆଉ ମିଳିବ ନାହିଁ ମଦ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟରେ ରାତି ୮ଟା ପରେ ମଦ ବିକ୍ରି ଉପରେ ରୋକ ଲଗାଇଛନ୍ତି । ଏହି ଯେପରି ପାଳନ ହୁଏ ସେନେଇ ସମସ୍ତ ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଗେହଲଟ ସରକାର ।
ନିକଟରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଅଶୋକ ଗେହଲଟ୍ ଗତ ଶନିବାର ଦିନ ଏକ ଆଦେଶନାମା ଜାରି କରିଛନ୍ତି। ଜାରି ହୋଇଥିବା ଏହି ନୂତନ ଆଦେଶନାମାରେ ସମଗ୍ର ରାଜସ୍ଥାନରେ ରାତି ୮ଟା ପରେ ମଦ ବିକ୍ରୟ ଉପରେ ନିଷେଧାଦେଶ ଜାରି କରାଯାଇଛି। ଯିଏ ଏହି ଆଦେଶନାମାର ଅମାନ୍ୟ କରିବ ଅଥବା ଯିଏ ରାତି ୮ଟା ପରେ ମଦ ବିକ୍ରୟ କରୁଥିବା ଦୃଷ୍ଟିକୁ ଆସିବ, ତେବେ ତା’ ଠାରୁ ଆର୍ଥିକ ଜରିମାନା ଆଦାୟ କରାଯିବା ସହ ତା’ର ଲାଇସେନ୍ସକୁ ମଧ୍ୟ ରଦ୍ଦ କରାଯିବ ବୋଲି ଘୋଷଣା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟ୍।
ଏଥିସହ ସରକାରଙ୍କ ପକ୍ଷରୁ ଜାରି କରା ଯାଇଥିବା ଏହି ନିଷେଧାଦେଶକୁ କାଡ଼ାକଡ଼ି ଭାବେ କାର୍ୟ୍ୟକାରୀ କରିବାକୁ ରାଜ୍ୟ ଅବକାରୀ ବିଭାଗକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଗେହଲଟ୍ ନିର୍ଦ୍ଦେଶ ଦେଇଥିବା ଜାଣିବାକୁ ମିଳିଛି। ଏପରିକି କିଛି ମଦ ଦୋକାନୀ ଏମଏସପି ମୂଲ୍ୟ ଠାରୁ ଅଧିକ ଟଙ୍କା ନେଉଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି । ତେଣୁ ସେମାନଙ୍କ ବିରୋଧରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଗେହଲଟ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ରାଜ୍ୟରେ ଅବୈଧ ଭାବେ ହେଉଥିବା ମଦ କାରବାରକୁ ମଧ୍ୟ ବନ୍ଦ କରିବାକୁ କହିଛନ୍ତି ଗେହଲଟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/69482-liquor-shops-reuters.jpg)