ବିଜେପିର ଗଡ଼ କୁହଯାଉଥିବା ପଶ୍ଚିମ ଓଡ଼ିଶାରୁ କୌଣସି ସାଂସଦଙ୍କୁ ମୋଦୀ ମଣ୍ଡଳରେ ମିଳିଲାନି ସ୍ଥାନ : ୫ଜଣ ସାଂସଦ ଥାଇ ମଧ୍ୟ ଉପେକ୍ଷା

220

କନକ ବ୍ୟୁରୋ : ମୋଦୀଙ୍କ ନୂଆ ଟିମରେ ସ୍ଥାନ ପାଇ ନାହାନ୍ତି ପଶ୍ଚିମ ଓଡିଶାର ଜଣେ ହେଲେ ବି ସାଂସଦ । ପୂର୍ବତନ ମନ୍ତ୍ରୀ ଜୁଏଲ ଓରାମ ଏବଂ ବରିଷ୍ଠ ନେତା ସୁରେଶ ପୂଜାରୀଙ୍କୁ ମନ୍ତ୍ରୀପଦ ମିଳିବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । କିନ୍ତୁ ପଶ୍ଚିମ ଓଡିଶାରୁ ୫ ଜଣ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଥିଲେ ସୁଦ୍ଧା, କାହାରିକୁ ନିଜ ନୂଆ ଟିମରେ ନେଇନାହାନ୍ତି ପ୍ରଧାନମନ୍ତ୍ରୀ ।

ଜୁଏଲ ଓରାମ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ସଂଗୀତା ସିଂଦେଓ, ନିତେଶ ଗଙ୍ଗଦେବ ଲୋକସଭାରେ ପଶ୍ଚିମ ଓଡିଶାକୁ ପ୍ରତିନିଧିତ୍ୱ କରୁଛନ୍ତି । ଏହି ସାଂସଦମାନଙ୍କ ପ୍ରଦର୍ଶନ ମଧ୍ୟ ବେଶ ଭଲ ରହିଥିବା କୁହାଯାଉଛି । ଆଶ୍ଚର୍ଯ୍ୟର କଥା ହେଉଛି ମୋଦୀଙ୍କ ଦ୍ୱିତୀୟ ପାଳିର ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ଓଡିଶାରୁ କାହାରିକୁ ନିଆଯାଇନଥିଲା । ତେଣୁ ଏଥର ଜଣକୁ ସୁଯୋଗ ମିଳିବ ବୋଲି ଜୋରଦାର ଆକଳନ ହେଉଥିଲା । କିନ୍ତୁ ସେହି ଅନୁମାନ ଭୁଲ ପ୍ରମାଣିତ ହେଲା ।

ଆଗକୁ ପୌର ଓ ପଂଚାୟତ ନିର୍ବାଚନ ଥିବାରୁ ପଶ୍ଚିମବଙ୍ଗରେ ଭୋଟ ବ୍ୟାଙ୍କକୁ ବିଜେପି ଅକ୍ଷତ ନରଖିଲେ ବହୁମୂଲ୍ୟ ଦେବାକୁ ପଡିବ ବୋଲି ରାଜନୈତିକ ବିଶେଷଜ୍ଞଙ୍କ ମତ । ତେବେ ବିଜେପି କି ରଣନୀତି ପ୍ରସ୍ତୁତ କରୁଛି ଓ ପ୍ରତିପକ୍ଷଙ୍କୁ ମୁକାବିଲା କରିବା ସହ ଦଳ ଭିତରେ ଅସନ୍ତୋଷ ମୁଣ୍ଡ ଟେକିଲେ କିଭଳି ସମାଧାନ କରୁଛି, ତା ଉପରେ ନଜର ରହିବ ।