କଡାକଡି ହେଲା କରୋନା କଟକଣା । ସୋମବାର ଠାରୁ ବାହାର ରାଜ୍ୟକୁ ଗଡିବନି ବସ୍,  ଅଟୋରିକ୍ସା ଓ ଟ୍ୟାକ୍ସିରେ ଯାଇପାରିବେ ମାତ୍ର  ୨ ଯାତ୍ରୀ ।

327

କନକ ବ୍ୟୁରୋ : କରୋନା ସଂକ୍ରମଣର ଚେନ୍ ଭାଙ୍ଗିବାକୁ ରାଜ୍ୟ ସରକାର କୋଭିଡ କଟକଣାକୁ ଆହୁରି କଡାକଡି କରିଛନ୍ତି । ଖାସକରି ରାଜ୍ୟ ବାହାରକୁ ଯାଉଥିବା ବସ ଗମନାଗମନ ଉପରେ କଡା କଟକଣା ଲଗାଇଛନ୍ତି । ପୂର୍ବରୁ ଛତିଶଗଡ ଯାଉଥିବା ବସ ଗୁଡିକର ଯାତାୟତ ଉପରେ ସରକାର ରୋକ ଲଗାଇଥିବା ବେଳେ ଆସନ୍ତା ୧୯ରୁ  ଆନ୍ତଃରାଜ୍ୟ ବସ ଚଳାଚଳ ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ରାଜ୍ୟ ଭିତରେ ପୂର୍ବଭଳି ବସ ଚଳାଚଳ ଚାଲୁ ରହିବ । କିନ୍ତୁ ସର୍ତ୍ତ ସହ । ଅଥାର୍ତ ରାଜ୍ୟରେ ବସ ଗଡିବ କିନ୍ତୁ ଯେତିକି ସିଟ୍ ସେତିକି ଯାତ୍ରୀ ଯାଇପାରିବେ । ସିଟ୍ ଠାରୁ ଅଧିକ ଯାତ୍ରୀଙ୍କୁ ଛିଡା କରି ଆଣିପାରିବନି ବସ୍ ।

ସେହିଭଳି ଅଟୋରିକ୍ସା ଓ ଟ୍ୟାକ୍ସି ଯାତାୟତ ଉପରେ ମଧ୍ୟ କିଛି କଟକଣା ଲଗାଯାଇଛି । ଏଥିରେ ସର୍ବାଧିକ ୨ ଜଣ ଯାତ୍ରୀ ଯାଇପାରିବେ । ଡ୍ରାଇଭରଙ୍କ ଛାଡି ଆଉ ମାତ୍ର ଦୁଇ ଜଣ ଯାତ୍ରୀ ଯାଇପାରିବେ । ସେହିଭଳି ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ ଚାଲିବ । ୫୦ ପ୍ରତିଶତ ସିଟରୁ ଅଧିକ ଲୋକଙ୍କୁ ସିନେମା ହଲ ଭିତରକୁ ଅନୁମତି ମିଳିବନି । ମୀନାବଜାରରେ ୨୦୦ ଲୋକ, ଯାତ୍ରା ଓ ଥିଏଟରରେ ମାତ୍ର ୧୦୦୦ ଲୋକଙ୍କୁ ଅନୁମତି ମିଳିବ । ଆଉ ଯାତ୍ରା ଟେଣ୍ଟ ଭିତରେ ପ୍ରତି ଦର୍ଶକଙ୍କ ଭିତରେ ୬ ଫୁଟ ଦୂରତା ବଜାୟ ରଖିବେ ।