ଆନ୍ତଃରାଜ୍ୟ ବସ ଚଳାଚଳ ଉପରେ ଆଜିଠୁ କଟକଣା : ବାହାର ରାଜ୍ୟରୁ ଓଡିଶାକୁ ଏବଂ ଓଡିଶାରୁ ବାହାର ରାଜ୍ୟକୁ ଯାଇ ପାରିବ ନାହିଁ ବସ

ଆସନ୍ତାକାଲିଠୁ ସାରା ଓଡିଶାରେ ଗଡ଼ିବ ବସ୍ : ଦୁଇ ମାସର ରୋଡ୍ ଟିକସ ଛାଡ଼ କରିବେ ସରକାର; ବସ୍ କର୍ମଚାରୀଙ୍କ ପାଇଁ ଗଠନ ହେବ କଲ୍ୟାଣ ପାଣ୍ଠି

କନକ ବ୍ୟୁରୋ : ଆନ୍ତଃରାଜ୍ୟ ବସ ଚଳାଚଳ ଉପରେ କଟକଣା ଜାରି କରିଛନ୍ତି ସରକାର । ଆଜିଠାରୁ ବାହାର ରାଜ୍ୟରୁ ଓଡିଶାକୁ କୌଣସି ବସ୍ ଆସି ପାରିବ ନାହିଁ । କିମ୍ବା ଓଡିଶାରୁ ରାଜ୍ୟ ବାହାରକୁ ବସ ଯାଇ ପାରିବ ନାହିଁ । ସେହିଭଳି ରାଜ୍ୟ ଭିତରେ ବସ ଚଳାଚଳ କରିବ । କିନ୍ତୁ କଟକଣା ଭିତରେ । ବସ୍ ଗୁଡିକରେ ଯେତିକି ସିଟ୍ ରହିଛି, ସେତିକି ଯାତ୍ରୀ ଯାତାୟାତ କରିପାରିବେ । ଠିଆ ହୋଇ କୌଣସି ଯାତ୍ରୀ ବସ୍ରେ ଯାଇପାରିବେ ନାହିଁ । କାର ଓ ଅଟୋରିକ୍ସାରେ କେବଳ ୨ ଜଣ ଯାତ୍ରୀ ହିଁ ଯାଇ ପାରିବେ । ଅର୍ଥାତ୍ ଡ୍ରାଇଭରଙ୍କୁ ମିଶାଇ ମୋଟ୍ ୩ ଜଣ ଯାତ୍ରୀ ପରିବହନ କରିପାରିବେ ଅଟୋରିକ୍ସା ଓ କାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe