ଆନ୍ତଃରାଜ୍ୟ ବସ ଚଳାଚଳ ଉପରେ ଆଜିଠୁ କଟକଣା : ବାହାର ରାଜ୍ୟରୁ ଓଡିଶାକୁ ଏବଂ ଓଡିଶାରୁ ବାହାର ରାଜ୍ୟକୁ ଯାଇ ପାରିବ ନାହିଁ ବସ

ପଡୋଶୀ ରାଜ୍ୟରେ ସଂକ୍ରମଣ ବୃଦ୍ଧିକୁ ଦେଖି ପୂର୍ବରୁ ନିଷ୍ପତି ନେଇଥିଲେ ରାଜ୍ୟ ସରକାର

231

କନକ ବ୍ୟୁରୋ : ଆନ୍ତଃରାଜ୍ୟ ବସ ଚଳାଚଳ ଉପରେ କଟକଣା ଜାରି କରିଛନ୍ତି ସରକାର । ଆଜିଠାରୁ ବାହାର ରାଜ୍ୟରୁ ଓଡିଶାକୁ କୌଣସି ବସ୍ ଆସି ପାରିବ ନାହିଁ । କିମ୍ବା ଓଡିଶାରୁ ରାଜ୍ୟ ବାହାରକୁ ବସ ଯାଇ ପାରିବ ନାହିଁ । ସେହିଭଳି ରାଜ୍ୟ ଭିତରେ ବସ ଚଳାଚଳ କରିବ । କିନ୍ତୁ କଟକଣା ଭିତରେ । ବସ୍ ଗୁଡିକରେ ଯେତିକି ସିଟ୍ ରହିଛି, ସେତିକି ଯାତ୍ରୀ ଯାତାୟାତ କରିପାରିବେ । ଠିଆ ହୋଇ କୌଣସି ଯାତ୍ରୀ ବସ୍ରେ ଯାଇପାରିବେ ନାହିଁ । କାର ଓ ଅଟୋରିକ୍ସାରେ କେବଳ ୨ ଜଣ ଯାତ୍ରୀ ହିଁ ଯାଇ ପାରିବେ । ଅର୍ଥାତ୍ ଡ୍ରାଇଭରଙ୍କୁ ମିଶାଇ ମୋଟ୍ ୩ ଜଣ ଯାତ୍ରୀ ପରିବହନ କରିପାରିବେ ଅଟୋରିକ୍ସା ଓ କାର ।