ପ୍ରବାସୀ ଭାରତୀୟଙ୍କଠାରୁ ଆଦାୟ ହେବନି ଆୟକର : ଦ୍ୱନ୍ଦ୍ୱ ଦୂର କଲେ ଅର୍ଥମନ୍ତ୍ରୀ , କହିଲେ ବିଦେଶରେ ଆୟ କରୁଥିଲେ ଦେବେ ନାହିଁ ଟିକସ 

ପ୍ରବାସୀ ଭାରତୀୟଙ୍କଠାରୁ ଆଦାୟ ହେବନି ଆୟକର : ଦ୍ୱନ୍ଦ୍ୱ ଦୂର କଲେ ଅର୍ଥମନ୍ତ୍ରୀ , କହିଲେ ବିଦେଶରେ ଆୟ କରୁଥିଲେ ଦେବେ ନାହିଁ ଟିକସ 

ପ୍ରବାସୀ ଭାରତୀୟ (ଏନଆରଆଇ) ଙ୍କ ବିଦେଶୀ ଆୟ ଉପରେ ଲାଗିବ ନାହିଁ ଆୟକର । ବଜେଟ ଉପସ୍ଥାପନ ପରେ ଲାଗି ରହିଥିବା ଏହି ଦ୍ୱନ୍ଦ୍ୱକୁ ଦୂର କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ । ଅର୍ଥାତ ବିଦେଶରେ ରହି ଭାରତୀୟମାନେ ସେଠାରେ ଆୟ କରୁଥିଲେ, ତା ଉପରେ ଭାରତରେ ଆୟକର ଦେବାକୁ ପଡିବ ନାହିଁ । କିନ୍ତୁ ବିଦେଶରେ ରହି ମଧ୍ୟ ଭାରତରେ ଆୟ କରୁଥିଲେ ଟିକସ ଦେବାକୁ ପଡିବ । ଯଦି କୌଣସି ଭାରତୀୟ ଅନ୍ୟ ଦେଶରେ ରହି ସେଠାରେ ଆୟ କରୁଛନ୍ତି ଏବଂ ସେହି ଦେଶରେ ଏଥିପାଇଁ ଟିକସ ଦେବାକୁ ପଡୁନାହିଁ କିମ୍ବା କମ୍ ଟିକସ ଦେବାକୁ ପଡୁଛି, ତେବେ ସେହି ଆୟ ଉପରେ ଭାରତ ସରକାର କୌଣସି ଆୟକର ନେବେନାହିଁ । କିନ୍ତୁ ବିଦେଶରେ ଥାଇ ଭାରତରେ କୌଣସି ଘର ଥିଲେ ଓ ସେଥିରୁ ଭଡା ପାଉଥିଲେ ସେହି ଆୟ ବାବଦରେ ଆୟକର ପୈଠ କରିବାକୁ ପଡିବ ବୋଲି ସ୍ପଷ୍ଟ କରିଦେଇଛନ୍ତି ସୀତାରମଣ୍ । publive-image

ଭାରତରେ ଟିକସ ଦେବାକୁ ଏଡାଇବା ପାଇଁ ଅନେକ ବିତ୍ତଶାଳୀ ବିଦେଶରେ ରହୁଥିବା ଦେଖିବାକୁ ମିଳୁଛି । ତେଣୁ ଏ ପ୍ରକାର କାର୍ଯ୍ୟକୁ ନିରୁତ୍ସାହିତ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe