ସିଦ୍ଧାର୍ଥ ଶୁକ୍ଳାଙ୍କର ଆଜି ଅନ୍ତିମ ସଂସ୍କାର : ଆସିବ ପୋଷ୍ଟମର୍ଟମ ରିପୋର୍ଟ; ଶବ ବ୍ୟବଚ୍ଛେଦ ପାଇଁ ଗଠନ ହୋଇଛି ୩ଜଣିଆ ଡାକ୍ତର ଟିମ୍

212

କନକ ବ୍ୟୁରୋ : ଆଜି ହେବ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଅନ୍ତିମ ସଂସ୍କାର । କିଛି ସମୟ ପରେ ସିଦ୍ଧାର୍ଥ ଶୁକ୍ଳାଙ୍କ ପାର୍ଥିବ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ତାଙ୍କ ମୃତଦେହକୁ ଓଶିବାଡା ସ୍ଥିତ ଘରକୁ ନିଆଯିବ । ସେହିପରି ଆଜି ଆସିବ ସିଦ୍ଧାର୍ଥ ଶୁଳ୍କାଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଶବ ବ୍ୟବଚ୍ଛେଦ ପାଇଁ ମୁମ୍ବାଇ ପୋଲିସ ଆନୁଷ୍ଠାନିକ ଭାବେ ବୟାନ୍ ଜାରି କରିପାରେ । ସିଦ୍ଧାର୍ଥ ଶୁକ୍ଳାଙ୍କ ହୃଦଘାତରେ ପରିଲୋକ ହୋଇଛି । ମାତ୍ର ୪୦ ବର୍ଷ ବୟସରେ ମୃତ୍ୟୁ ହୋଇଛି ।

ଗତକାଲି ସକାଳେ ନିଦରୁ ନଉଠିବାରୁ ତାଙ୍କୁ ଅଚେତ ଅବସ୍ଥାରେ ମୁମ୍ବାଇର କୁପର ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ଶରୀରର କୌଣସି କ୍ଷତଚିହ୍ନ ନଥିବା ମୁମ୍ବାଇ ପୋଲିସ ସ୍ପଷ୍ଟ କରିଛି । ବୁଧବାର ରାତିରେ ଶୋଇବା ପୂର୍ବରୁ ସେ କିଛି ମେଡିସିନ୍ ଖାଇଥିବା କୁହାଯାଉଛି । ସେ କୌଣସି ମାନସିକ ଚାପଗ୍ରସ୍ତ ନଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି ।