ଅପହରଣକୁ ବିତିଲା ୩୬ ଘଣ୍ଟା, ହେଲେ ଏବେ ବି ମିଳିନି ସ୍ୱିଗି ଡେଲିଭରୀ ବୟଙ୍କ ପତ୍ତା ।

345

କନକ ବ୍ୟୁରୋ : ନିଖୋଜ ହେବାର ୩୬ ଘଂଟା ପରେ ସ୍ୱିଗୀ ଡେଲିଭରୀ ବୟ ପତିତପାବନଙ୍କର କୌଣସି ପତା ମିଳିନି । ସେ କେଉଁଠି ଅଛନ୍ତି କେମିତି ଅଛନ୍ତି , ବିଭିନ୍ନ ଦିଗକୁ ଆଧାର କରି ତଦନ୍ତ କରୁଛି ପୋଲିସ । ସମୟ ଗଡିବା ସହ ଅପହରଣକୁ ନେଇ ବଢ଼ୁଛି ସସପେନ୍ସ ।

ଅପହରଣର ପ୍ରାୟ ୩୬ ଘଣ୍ଟା ପରେ ବି ସ୍ୱିଗୀ ଡେଲିଭରି ବୟ ପତିତପାବନ କେଉଁଠି ଅଛନ୍ତି, କେମିତି ଅଛନ୍ତି, ତାଙ୍କର କୌଣସି ପତା ମିଳି ନାହିଁ । ମିଳିଥିବା ତଥ୍ୟକୁ ଆଧାର କରି ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି ପୋଲିସ । ସୂଚନା ଅନୁସାରେ ଅପହୃତ ପତିତପାବନଙ୍କ ମୋବାଇଲ କେଉଁଠି ସୁଇଚ୍ ଅଫ୍ ହୋଇଥିଲା, ତାର ଲୋକେସନ ଯାଞ୍ଚ ଚାଲିଛି । ଯେଉଁଠି ମୋବାଇଲ ସୁଇଚ୍ ଅଫ୍ ହୋଇଛି, ସେହି ସ୍ଥାନରେ ଥିବା ସିସିଟିଭି ଫୁଟେଜର ଯାଞ୍ଚ କରୁଛି ପୋଲିସ ।

ଶେଷ କଲ୍ କେଉଁ ମୋବାଇଲରୁ ଓ କେଉଁ ସ୍ଥାନରୁ ଘରକୁ କଲ୍ କରିଥିଲେ । ଯେଉଁ ସ୍ଥାନରେ ତାଙ୍କ ମନି ପର୍ସ ପଡିଥିଲା, ସେଠାକୁ ସେ କେମିତି ଆସିଲେ, ସେସବୁ ସ୍ଥାନକୁ ଯାଇ ଯାଞ୍ଚ ଚଳାଇଛି ଧଉଳି ପୋଲିସ । କିନ୍ତୁ ଦୀର୍ଘ ସମୟ ବିତି ଯାଇଥିବାରୁ ପତିତପାବନଙ୍କ ପରିବାର ଲୋକେ ଚିନ୍ତାରେ ପଡିଛନ୍ତି ।

ଅନ୍ୟଟେ ପତିତପାବନଙ୍କୁ ଅପହରଣ ପଛର କାରଣ କଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ସେ ଯିବାବେଳେ ତାଙ୍କ ପାଖରେ କିଛି ଟଙ୍କା ଥିବା ଏବେ ଜଣାପଡିଛି । ତେବେ ପତିତପାବନଙ୍କୁ ଟଙ୍କା ପାଇଁ ଅପହରଣ କରାଯାଇଛି ନା ଏହା ପଛରେ ଆଉ କିଛି କାରଣ ରହିଛି ତାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି ।