ଆଗକୁ ବଢ଼ିପାରେ କରୋନା ରୋଗୀଙ୍କ ଚିକିତ୍ସା ସମସ୍ୟା । ଆଇସିୟୁ ବେଡ୍ ମିଳିବା ନେଇ ଘୋର ସନ୍ଦେହ, ସେପଟେମ୍ବର ଶେଷ ବେଳକୁ ୨ରୁ ୩ ହଜାର ରୋଗୀ ଦରକାର କରିପାରନ୍ତି ଆଇସିୟୁ । ଡାକ୍ତର କହିଲେ, ଜଣେ ରୋଗୀ ଆଇସିୟୁ ଛାଡ଼ିଲା ବେଳକୁ ଅପେକ୍ଷା କରିଛନ୍ତି ୩ ଗୁରୁତର

646

କନକ ବ୍ୟୁରୋ : ନଜର ପକାନ୍ତୁ ରାଜ୍ୟର କରୋନା ଗଣିତ ଉପରେ ।

ମୋଟ ଆକ୍ରାନ୍ତ: ୧,୬୭,୧୬୧

ଆରୋଗ୍ୟ: ୧,୨୯,୮୫୯

ସକ୍ରିୟ ଆକ୍ରାନ୍ତ: ୩୬,୫୮୦

ମୃତ୍ୟୁ ସଂଖ୍ୟା: ୬୬୯

ଅର୍ଥାତ ୭୭.୬୮ ପ୍ରତିଶତ ହାରରେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ରୋଗୀ । ଏବଂ ୨୧.୮୮ ପ୍ରତିଶତ ହାରରେ ରହିଛନ୍ତି ସକ୍ରିୟ ଆକ୍ରାନ୍ତ । ରାଜ୍ୟରେ କରୋନାଜନିତ ମୃତ୍ୟୁହାର ରହିଛି ୦.୪ ପ୍ରତିଶତ ।

ଏ ହେଉଛି ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍ରେ ଥିବା କରୋନା ମ୍ୟାପ୍ । ଲାଲ ରଙ୍ଗରେ ଚିହ୍ନିତ ହୋଇଥିବା ୧୨ଟି ଜିଲ୍ଲାରେ ୧ହଜାରରୁ ଉଦ୍ଧ୍ୱର୍ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ହଲଦି ରଙ୍ଗର ୧୨ଟି ଜିଲ୍ଲାରେ ୫୦୦ରୁ ଅଧିକ ରହିଛନ୍ତି ସକ୍ରିୟ ଆକ୍ରାନ୍ତ । ମାତ୍ର ୬ଟି ଜିଲ୍ଲାରେ ୫୦୦ରୁ କମ୍ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

ରାଜ୍ୟରେ କିପରି ବଢ଼ୁଛି କରୋନା?

ସେପ୍ଟେମ୍ବର ୧୫ – ୩,୬୪୫

ସେପ୍ଟେମ୍ବର ୧୬ – ୪,୨୭୦

ସେପ୍ଟେମ୍ବର ୧୭ – ୪,୨୪୧

ରାଜ୍ୟରେ ଯେପରି ଭାବେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ତାହା ଏବେ ଚିନ୍ତାର କାରଣ ପାଲିଟିଛି । ଦିନକୁ ୪ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଯୋଡି ହେଉଛନ୍ତି । ଯଦି ଏହିପରି ଭାବେ ଭାବେ ସଂଖ୍ୟା ବଢ଼ିଚାଲେ ତେବେ ସେପ୍ଟେମ୍ବରରେ ସ୍ଥିତି କିପରି ସଂଗୀନ ହେବ, ତାହା ସହଜରେ ଅନୁମାନ କରିହେଉଛି ।

ସେପ୍ଟେମ୍ବର ଶେଷ ବେଳକୁ ପ୍ରାୟ ୫୦ ହଜାର ନୂଆ ଆକ୍ରାନ୍ତ ଯୋଡି ହେବାର ସମ୍ଭାବନା ରହିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୨୦ ହଜାର ପାଖାପାଖି ପହଁଚିବା ଆଶଙ୍କା ରହିଛି । ବର୍ତ୍ତମାନ ହିସାବ ଅନୁସାରେ ପ୍ରାୟ ୪୫ ହଜାର ସକ୍ରିୟ ରୋଗୀ ସେପ୍ଟେମ୍ବର ଶେଷ ବେଳକୁ ରାଜ୍ୟରେ ରହିଥାଇପାରନ୍ତି ।

ପିଟିସି: ଯେପରି ଭାବେ ରୋଗୀଙ୍କ ସଂଖ୍ୟା ବଢ଼ୁଛି ୧୫ ଦିନ ପରେ ୨ରୁ ୩ ହଜାର ରେଗୀ ଆଇସିୟୁ ଆବଶ୍ୟକ କରିପାରନ୍ତି । ଏବେ ଆଇସିୟୁର ଅଭାବ ପଡ଼ୁଥିବା ବେଳେ ଆଗାମୀ ଦିନରେ କିପରି ସଂଗୀନ ଅବସ୍ଥା ସୃଷ୍ଟି ହେବ, ତାହା ଚିନ୍ତା ବଢ଼ାଇଛି ।

କେଉଁ ହସପିଟାଲରେ କେତେ ଆଇସିୟୁ ରହିଛି, କେତେ ଖାଲି ଅଛି, ଏ କଥା ଏବେ କହୁନାହିଁ ସ୍ୱାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟ ବିଭାଗର ୱେବସାଇଟ୍ରେ ବେଡ୍ ସଂଖ୍ୟା, ଆଇସିୟୁ, ଭେଂଟିଲେଟର ନେଇ ମେ’ ମାସ ୯ ତାରିଖରେ ଯାହା ତଥ୍ୟ ଦିଆଯାଇଥିଲା, ତାହା ଏହିପରି ।

କଟକରେ ଆଇସିୟୁ – ୩୪, ଭେଂଟିଲେଟର – ୮

ଭୁବନେଶ୍ୱରରେ – ଆଇସିୟୁ – ୪୫, ଭେଂଟିଲେଟର – ୪୦ 

ରାଜ୍ୟରେ – ଆଇସିୟୁ – ୩୩୨, ଭେଂଟିଲେଟର – ୨୨୧

ଏହି ସଂଖ୍ୟାକୁ ଦେଖିଲେ ଜଣାପଡ଼ୁଛି, ରାଜ୍ୟରେ କେତେ ସଂକଟ ସ୍ଥିତିରେ ଚାଲିଛି କରୋନା ଚିକିତ୍ସା । ଅବଶ୍ୟ ରାଜ୍ୟର ୫ଟି ବଡ଼ ସହରରେ ଥିବା ଘରୋଇ ହସପିଟାଲରେ ୮୦ ପ୍ରତିଶତ ଆଇସିୟୁ ଓ ୫୦ ପ୍ରତିଶତ ବେଡ୍ କୋଭିଡ ଚିକିତ୍ସା ପାଇଁ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ତେବେ ଏହା କେତେଦୂର କାର୍ଯ୍ୟକାରୀ ହେବ ଏବଂ ଅଭାବ ସ୍ଥିତିକୁ କେତେ ଭରଣା କରିପାରିବ, ତାହା କହିବା ମୁସ୍କିଲ ହୋଇପଡ଼ିଛି ।