ବିଦ୍ୟୁତ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି । ଏବର୍ଷ ରାଜ୍ୟରେ ବଢ଼ିବ ନାହିଁ ବିଦ୍ୟୁତ ଶୁଳ୍କ, ୨୦୧୯-୨୦ରେ ଯାହା ଥିଲା, ୨୦-୨୧ରେ ବି ରହିବ ସେହି ଦର ।

551

କନକ ବ୍ୟୁରୋ: ଚଳିତ ବର୍ଷ ବଢ଼ିବନି ବିଦ୍ୟୁତ୍ ଦର । ୨୦୧୯-୨୦ ଆର୍ଥିକ ବର୍ଷର ଯାହା ଖାଉଟି ଦର ଥିଲା ୨୦୨୦-୨୧ ଆର୍ଥିକ ବର୍ଷରେ ମଧ୍ୟ ସମାନ ରହିବ । ହାରାହାରି ମୂଲ୍ୟ ୟୁନିଟ୍ ପିଛା ୫ଟଙ୍କା ୩୮ ପଇସା ଓ ତାରିଫ୍ ୪ଟଙ୍କା ରଖିବାକୁ ନିଷ୍ପତି ନିଆଯାଇଛି ।

ତେବେ ପୂର୍ବରୁ ଚଳିତ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ୍ ଶୁଳ୍କ ଧାର୍ଯ୍ୟ ନେଇ ଗତ ମାସରେ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ(ଓଇଆର୍ସି)ରେ ଶୁଣାଣି ହୋଇଥିଲା । ହେଲେ ସାରା ବିଶ୍ବରେ କରୋନା ଭୂତାଣୁ ସଂକ୍ରମଣକୁ ନେଇ ସୃଷ୍ଟି ହୋଇଥିବା ବିପତ୍ତିକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ଲକଡାଉନ୍ ଘୋଷଣା କରିବା ପରେ ବିଦ୍ୟୁତ୍ ଶୁଳ୍କ ନେଇ ଓଇଆରସିଙ୍କ ନିଷ୍ପତ୍ତି ମଧ୍ୟ ସ୍ଥଗିତ ରଖାଯାଇଥିଲା । ହେଲେ ଲକଡାଉନ୍ ଅବଧି ବୃଦ୍ଧି ପରେ ଆସନ୍ତା ଆର୍ଥିକ ବର୍ଷ ପାଇଁ ଏପ୍ରିଲ୍ ୧ରୁ ଲାଗୁ ବିଦ୍ୟୁତ୍ ଶୁଳ୍କ ଅପରିବର୍ତ୍ତିତ ରଖିବାକୁ ନିଷ୍ପତି ନିଆଯାଇଛି ।