କନକ ବ୍ୟୁରୋ: ଓଡ଼ିଆ ସିନେମାକୁ ମିଳୁନି ହଲ୍ । ଓଡ଼ିଆ ସିନେମାରେ ଯୱାନ ଫିଲ୍ମର ପ୍ରଭାବ । ହିନ୍ଦୀ ଚଳଚିତ୍ର ଯୱାନ ପାଇଁ ରିଲିଜ୍ ହୋଇପାରୁନାହିଁ ଓଡ଼ିଆ ସିନେମା । ପାଖାପାଖି ୪ଟି ଫିଲ୍ମ ଏପର୍ଯ୍ୟନ୍ତ ରିଲିଜ ହୋଇପାରିନାହିଁ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଓଡ଼ିଆ ଫିଲ୍ମ ପ୍ରଯୋଜକ । ସୁପରଷ୍ଟାର ଶାହରୁଖ ଖାନଙ୍କ ଅଭିନୀତ ଯୱାନର ଡିଷ୍ଟ୍ରିବ୍ୟୁସନ୍ ଦାୟିତ୍ୱ ନେଇଥିବା ଡିଷ୍ଟ୍ରିବ୍ୟୁଟର ୩ ସପ୍ତାହ ପାଇଁ ଓଡ଼ିଶାର ସମସ୍ତ ସିନେମା ହଲ୍ ସହିତ ଚୁକ୍ତି କରିଛନ୍ତି । ଯେଉଁଥିପାଇଁ ଓଡ଼ିଆ ଚଳଚ୍ଚିତ୍ର ରିଲିଜ୍ କରିବା ପାଇଁ ହଲ ମିଳୁନଥିବା ଅଭିଯୋଗ ଆଣିଛନ୍ତି ଓଡ଼ିଆ ପ୍ରଯୋଜକ ।
ଗଣେଶ ପୂଜା ନୂଆଁଖାଇ ପାଇଁ ରିଲିଜ ହେବାକୁ ଥିବା ସିନେମା ଏପର୍ଯ୍ୟନ୍ତ ରିଲିଜ ହୋଇପାରିନାହିଁ । ଆଗକୁ ଦଶହରା ଆସୁଛି ସେତେବେଳେ ଅନ୍ୟ ସିନେମା ରିଲିଜି ଅପେକ୍ଷାରେ ରହୁଛି । ଯେହେତୁ ଏବେ ଓଡ଼ିଶାରେ ହଲ ସଂଖ୍ୟା କମିବାରେ ଲାଗିଛି, ତେଣୁ ଗୋଟିଏ ଫିଲ୍ମ ପାଇଁ ଯଦି ସମସ୍ତ ହଲକୁ ବୁକ୍ କରାଯିବ, ଆଗକୁ ଓଡ଼ିଆ ଫିଲ୍ମ କେମିତି ରିଲିଜ୍ ହେବ, ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ପ୍ରଯୋଜକ । ତେବେ ଆଗରୁ ଯେଉଁ ନିୟମ ଥିଲା, ଓଡ଼ିଆ ଚଳଚ୍ଚିତ୍ରକୁ ୭ ସପ୍ତାହ ସ୍କ୍ରିନ୍ ମିଳିବ । ତାକୁ କଡ଼ାକଡ଼ି କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି । ଆଉ ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଓଡ଼ିଆ ପ୍ରଯୋଜକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/09/80031420.webp)