କାର୍ତ୍ତିକ ମାସ ପାଇଁ କରୋନା କଟକଣା: ପୁରୀଙ୍କୁ ହବିଷ୍ୟାଳୀଙ୍କ ଆସିବା ଉପରେ ଲାଗିଲା ରୋକ୍; ପ୍ରଶାସନ କହିଲା, ହବିଷ୍ୟାଳୀଙ୍କୁ ରଖିବା ପାଇଁ କରାଯାଇନାହିଁ ଶିବିର ଆୟୋଜନ, ଆରମ୍ଭ ହୋଇନି ପଂଜୀକରଣ

ଏଥର ପୁରୀ ଆସି ଅବଢା ପାଇପାରିବେନି ହବିଷ୍ୟାଳି

697

କନକ ବ୍ୟୁରୋ: ଚଳିତବର୍ଷ ହବିଷ୍ୟାଳିଙ୍କୁ ପୁରୀ ମନା । ପୂର୍ବରୁ ଅକ୍ଟୋବର ପହିଲାରୁ ଦରଖାସ୍ତ ଆହ୍ୱାନ କରାଯାଇଥିବା ବେଳେ ଚଳିତବର୍ଷ ଆଜି ପର୍ଯ୍ୟନ୍ତ ପଂଜିକରଣ କରାଯାଇନାହିଁ । ଚଳିତବର୍ଷ ହବିଷ୍ୟାଳି ଶିବିର ହେବା ନେଇ ଆଶଙ୍କା ଦେଖାଦେଇଛି । ପ୍ରତିବର୍ଷ ଅଗଷ୍ଟରୁ ଆରମ୍ଭ ହୋଇଥାଏ ହବିଷ୍ୟାଳିଙ୍କ ପଂଜିକରଣ । ହେଲେ ଏ ବର୍ଷ କରୋନା କାରଣରୁ ଏଯାଏ ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ୁତି ଆରମ୍ଭ ହୋଇନାହିଁ ।

ଏପରି ସ୍ଥିତିରେ ହବିଷ୍ୟାଳି ଶିବିର ହେବା ସମ୍ଭବ ନୁହେଁ ବୋଲି କହିଛନ୍ତି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ । ସେପଟେ ଶ୍ରୀମନ୍ଦିର ସେବାୟତଙ୍କ ମଧ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ମହାପ୍ରସାଦ ରାନ୍ଧିବାରେ ସମସ୍ୟା ହେଉଛି । ତେଣୁ ବରାଦି ଅବଢା କମାଯାଇଛି । ଏପରି ସ୍ଥିତିରେ ହବିଷ୍ୟ।।ଳିଙ୍କୁ ମହାପ୍ରସାଦ ଯୋଗାଇବା ସମ୍ଭବ ନୁହେଁ ବୋଲି କହିଛନ୍ତି କୋଠ ଭୋଗ ସୁଆର ସେବାୟତ ।