କାର୍ତ୍ତିକରେ ଖାଁ ଖାଁ ଶ୍ରୀକ୍ଷେତ୍ର । କୋଭିଡ କଟକଣା ଯୋଗୁଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ, ହବିଷ୍ୟାଳିଙ୍କୁ ବି ପୁରୀ ମନା । ମହାପ୍ରସାଦ ପାଇଁ ଉତ୍ତର ଓ ଦକ୍ଷିଣ ଦ୍ୱାରରେ ସ୍ୱତନ୍ତ୍ର ବ୍ୟବସ୍ଥା

151

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ବ୍ରତ । ହେଲେ ପବିତ୍ର କାର୍ତ୍ତିକ ବ୍ରତରେ ଆଜି ଭକ୍ତ ଶୂନ୍ୟ ହୋଇପଡ଼ିଛି ଶ୍ରୀମନ୍ଦିର । ଯେଉଁଠି ଶହ ଶହ ବ୍ରତଧାରୀ ମହାପ୍ରଭୁଙ୍କ ଦର୍ଶନ କରି ବ୍ରତ ଆରମ୍ଭ କରନ୍ତି ଆଜି ମନ୍ଦିର ଖାଲି ପଡ଼ିଛି । କରୋନା କଟକଣା ପାଇଁ ହବିସିଆଳିଙ୍କୁ ପୁରୀ ଯିବାକୁ ପୂର୍ବରୁ ବାରଣ କରିଛି ପ୍ରଶାସନ ।

କାର୍ତ୍ତିକ ବ୍ରତ ଆରମ୍ଭ ହେଉଥିବାର ୁସିଂହଦ୍ୱାର ସମ୍ମୁଖରେ ବ୍ୟାରିକେଡ଼ କରାଯାଇଛି । ସେହିଭଳି ମହାପ୍ରସାଦ ପାଇଁ ଉତର ଓ ଦକ୍ଷିଣ ଦ୍ୱାରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କାର୍ତିକ ମାସରେ ମହପ୍ରଭୁଙ୍କ ଦର୍ଶନ ପାଇଁ କଟକଣକା ଥିବାରୁ ହବିଷ୍ୟାଳୀମାନେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ପ୍ରଦକ୍ଷଣ କରିପାରିବେ ସେନେଇ ଜିଲ୍ଲାପ୍ରଶାସନ ବ୍ୟବସ୍ଥା କରିଛି ।