କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ଅକ୍ଟୋବର ୧୧ ତାରିଖରେ ଅଗ୍ନିବୀର ଅମୃତପାଲ ସିଂହ ସହିଦ ହୋଇଥିବାବେଳେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇନଥିବା ଘଟଣାରେ ପଞ୍ଜାବର ବିରୋଧୀ ଦଳ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ଏହା ମଧ୍ୟରେ ଭାରତୀୟ ସେନା ଶନିବାର ବୟାନ ଜାରି କରି ଗାର୍ଡ ଅଫ୍ ଅନର ଦିଆଯାଇଥିବା ଘଟଣାର କାରଣ କହିଛି ।
ବିବୃତିରେ ସେନା କହିଛି, ନିଜ ବନ୍ଧୁକଦ୍ୱାରା ନିଜେ ନିଜକୁ ଗୁଳି କରିଥିବାରୁ ଆଘାତ ହେବା ପରେ ଅମୃତପାଲ ସିଂହଙ୍କ ମୃତ୍ୟୁ ଘଟିଥିବାରୁ ନିୟମାନୁସାରେ ସିଂହଙ୍କୁ ‘ଗାର୍ଡ ଅଫ୍ ଅନର୍’ ବା ‘ମିଲ୍ଟାରି ଫ୍ୟୁନେରାଲ୍’ ମିଳିଲା ନାହିଁ।
ଏ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ନିକଟରେ ତାଙ୍କ ସରକାର ଦୃଢ଼ ଅଭିଯୋଗ କରିବେ ବୋଲି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବତ ସିଂହ ମାନ୍ ମଧ୍ୟ କହିଛନ୍ତି। ସେନାର ନୀତି ଯାହା ହୋଇଥାଉ ନା କାହିଁକି, ସହିଦଙ୍କ ପ୍ରତି ତାଙ୍କ ସରକାରଙ୍କ ନୀତି ପୂର୍ବପରି ରହିଛି। ଅମୃତପାଲ୍ ସିଂହ ଏ ଦେଶର ସହିଦ ହୋଇଥିବାରୁ ରାଜ୍ୟ ସରକାର ତାଙ୍କ ପରିବାରବର୍ଗଙ୍କୁ ୧ କୋଟି ଟଙ୍କା ପ୍ରଦାନ କରିବେ।
Follow Us