ଜିଏସଟି କାଉନସିଲ୍ ର ୩୭ ତମ ବୈଠକ ଆଜି ଗୋଆର ପଣଜୀରେ ଅନୁଷ୍ଠିତ ହେଉଛି । ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ଅନେକ ବଡ଼ ନିଷ୍ପତ୍ତି ନେଇପାରନ୍ତି । କିନ୍ତୁ ଆପଣ କ’ଣ ଜାଣିଛନ୍ତି ଯେ ଭାରତରେ ଏଭଳି କିଛି ଦ୍ରବ୍ୟ ଅଛି ଯେଉଁଥିରେ ୧ ଟଙ୍କାର ଜିଏସଟି ମଧ୍ୟ ଲାଗିନଥାଏ । ସଂଗୀତ ସହ ଜଡିତ ଥିବା ବହି ଏବଂ ଜମା ହୋଇଥିବା ପରିବାରେ ଶୂନ ପ୍ରତିଶତ ଜିଏସଟି ଥାଏ । ଆପଣଙ୍କୁ କହିରଖୁଛୁ ଜିଏସଟିରେ ଏବେ ୪ ଟି ଟ୍ୟାକ୍ସ ସ୍ଲେବ୍ ରହିଛି । ୫ ପ୍ରତିଶତ ଜିଏସଟି ରେଟ୍ ସ୍ଲେବ୍ , ୧୨ ପ୍ରତିଶତ ଜିଏସଟି ରେଟ୍ ସ୍ଲେବ୍ , ୧୮ ପ୍ରତିଶତ ଜିଏସଟି ରେଟ୍ ସ୍ଲେବ୍ ଏବଂ ୨୮ ପ୍ରତିଶତ ଜିଏସଟି ରେଟ୍ ସ୍ଲେବ୍ ରହିଛି । ତେବେ ଆସନ୍ତୁ ଜାଣିବା ସରକାର କେଉଁ ଦ୍ରବ୍ୟ ଉପରେ ଜିରୋ ଟ୍ୟାକ୍ସ ସ୍ଲେବ୍ ରଖିଛନ୍ତି ।
ଏହି ଦ୍ରବ୍ୟ ଉପରେ ଲାଗେନାହିଁ ଜିଏସଟି :
କ୍ଷୀର , ଦହି ,ପନିର୍ ଭଳି ନିତିଦିନିଆ ଖାଦ୍ୟପଦାର୍ଥକୁ ଜିଏସଟିରୁ ବାହାରେ ରଖାଯାଇଛି । ବଟର୍ ମିଲ୍କ , ପରିବା,ଫଳ, ପାଉଁରୁଟି , ପ୍ୟାକେଟ୍ ବିହୀନ ଖାଦ୍ୟ ପଦାର୍ଥ , ଗୁଡ଼ , କ୍ଷୀର,ଅଣ୍ଡା,ଦହି,ଲସି , ପ୍ୟାକେଟ୍ ବିହୀନ ପନିର୍ , ଅନବ୍ରାଣ୍ଡେଡ୍ ମଇଦା/ଅଟା/ବେସନ,ପ୍ରସାଦ,କାଜଲ ,ଫୁଲଝାଡୁ ଏବଂ ଲୁଣ ଏଥିରେ ସାମିଲ୍ ରହିଛି । ଏହାଛଡା ସତେଜ ମାଂସ , ଚିକେନ୍ ,ମାଛରେ ମଧ୍ୟ ଜିଏସଟି ଲାଗିନାହିଁ ।
ପିଲାଙ୍କ କାମର ଦ୍ରବ୍ୟ ଏବଂ ନ୍ୟୁଜ୍ ପେପର୍ :
ପିଲାଙ୍କ ଡ୍ରଇଙ୍ଗ୍ ଏବଂ କଲର୍ ବହି ଏବଂ ଶିକ୍ଷାଗତ ସେବା ଉପରେ ମଧ୍ୟ ଜିଏସଟି ଲାଗେନାହିଁ । ଏହାଛଡା ମାଟିର ମୂର୍ତ୍ତୀ , ଖବରକାଗଜ ,ଖଦି କପଡା ଆଦି କିଣିବାରେ ଜିଏସଟି ଟ୍ୟାକ୍ସ ଲାଗିବ ନାହିଁ । ସରକାର ସ୍ୱାସ୍ଥ୍ୟସେବାକୁ ମଧ୍ୟ ଜିରୋ ପ୍ରତିଶତ ଜିଏସଟି ଭିତରେ ରଖିଛନ୍ତି । କେବଳ ଏତିକି ନୁହଁ ସାନେଟାରୀ ନାପକିନ୍ , ଷ୍ଟୋନ୍ , ମାର୍ବଲ୍ , ରାକ୍ଷୀ , କାଠରେ ପ୍ରସ୍ତୁତି ମୂର୍ତ୍ତୀ ,ହସ୍ତତନ୍ତ ଦ୍ରବ୍ୟ ଏବଂ ଶାଳପତ୍ର ଆଦି ଉପରେ ମଧ୍ୟ ଶୂନ ପ୍ରତିଶତ ଜିଏସଟି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/gst2.jpg)
/kanak/media/post_attachments/wp-content/uploads/2019/09/eb7975887a97b82475d9c03d441217bd-300x172.jpg)
/kanak/media/post_attachments/wp-content/uploads/2019/09/shutterstock_2800547.0.0-1-300x200.jpg)