ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା ଏବଂ ଗଣେଶ ପୂଜା । ଆଉ ଏହାକୁ ଦୃଷ୍ଟିରେ ରଖି ସରକାର ଏକ ଘୋଷଣା କରିଛନ୍ତି । ରାକ୍ଷୀ ଉପରେ ଜିଏସଟି ନଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏହା ସହ ଗଣେଶ ପୂଜାରେ ମଧ୍ୟ ଗଣେଶଙ୍କ ପ୍ରତିମୂର୍ତ୍ତି, ହସ୍ତଶିଳ୍ପ ଆଦିରେ ଜିଏସଟି ଲଗାଯିବ ନାହିଁ । ବର୍ତ୍ତମାନ ଅର୍ଥମନ୍ତ୍ରୀ ଦାୟିତ୍ୱ ତୁଲାଉଥିବା ପୀୟୁଷ ଗୋୟଲ କହିଛନ୍ତି ଯେ, ଚଳିତବର୍ଷ ସରକାର ରାକ୍ଷୀ ଏବଂ ଗଣେଶ ପ୍ରତିମୂର୍ତ୍ତି ଉପରେ ଜିଏସଟି ଲଗାଇବେ ନାହିଁ ।
ତେବେ ରାକ୍ଷୀ ଉପରେ ହୋଇଥିବା ଏହି ଘୋଷଣା ସୁନା ଏବଂ ଚାନ୍ଦିରେ ନିର୍ମିତ ହେଉଥିବା ରାକ୍ଷୀ ଉପରେ ଲାଗୁ ହେବନାହିଁ । ଏହି ରାକ୍ଷୀ ଗୁଡିକର ନିର୍ମାଣ ଉପରେ ୫ ପ୍ରତିଶତ ଜିଏସଟି ଲାଗିବ । ଏଗୁଡିକୁ ଛାଡିଦେଲେ ଅନ୍ୟରାକ୍ଷୀ ଉପରେ ଜିଏସଟି ଲାଗୁ ହେବ ନାହିଁ ବୋଲି ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ସୂଚନା ଦେଇଛନ୍ତି । ତେବେ ରୀକ୍ଷୀ ସହ ଗଣେଶଙ୍କ ପ୍ରତିମୂର୍ତ୍ତିରେ ଉପରେ ମଧ୍ୟ ଜିଏସଟି ଲାଗୁ ହେବ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/08/Rakhi.jpg)