ବ୍ଲାକ ଫଙ୍ଗସ୍ ଚିକିତ୍ସାରେ ଦରକାର ହେଉଥିବା ଔଷଧରେ ପଡିବନି ଜିଏସଟି । କରୋନା ଚିକିତ୍ସା ପାଇଁ ଦରକାର ଔଷଧରେ ମଧ୍ୟ କମିବ ଟ୍ୟାକ୍ସ ।

104

କନକ ବ୍ୟୁରୋ: ଜିଏସଟି କାଉନସିଲ୍ ବୈଠକରେ ଏକ ବଡ଼ ଧରଣର ନିଷ୍ପତ୍ତି ନିଆଯାଇଛି । ବ୍ଲାକ୍ ଫଙ୍ଗସ୍ ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ଔଷଧରେ ଆଉ ପଡ଼ିବନି ଜିଏସ୍ଟି । ସେହିପରି କରୋନା ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ଜରୁରୀ ଔଷଧ ଗୁଡ଼ିକରେ ଟ୍ୟାକ୍ସର ପରିମାଣ କମାଇ ଦିଆଯାଇଥିବା ନେଇ ମଧ୍ୟ ଜିଏସଟି କାଉନସିଲ ବୈଠକରେ ନିଷ୍ପତି ହୋଇଛି ।

ବ୍ଲାକ୍ ଫଙ୍ଗସ୍ ଚିକିତ୍ସାରେ ବ୍ୟବହାର ହେଉଥିବା ଏମଫୋଟେରେସିନ୍-ବି ଭଳି ଇଂଜେକସନ୍ ଜିଏସଟି ସଂପୂର୍ଣ୍ଣ ହଟାଇ ଦିଆଯାଇଥିବା ବେଳେ କରୋନା ଚିକିତ୍ସାରେ ଆବଶ୍ୟକ ହେଉଥିବା ରେମଡେସିଭର ଭଳି ଇଂଜେକସନ୍ ଜିଏସଟି କମାଇ ଦିଆଯାଇଛି । ୧୨ ପ୍ରତିଶତରୁ ୫ ପ୍ରତିଶତକୁ ଏହା କମାଇ ଦିଆଯାଇଛି । ତେବେ କରୋନା ଟିକା କ୍ଷେତ୍ରରେ ପୂର୍ବଭଳି ଜିଏସଟି ୫ ପ୍ରତିଶତ ରହିବ । ଦେଶବାସୀଙ୍କ ଟିକାକରଣ ପାଇଁ କେନ୍ଦ୍ର ସରକାର କିଣିବାକୁ ଥିବା ୭୫ ପ୍ରତିଶତ ଟିକା କ୍ଷେତ୍ରରେ ମଧ୍ୟ ସରକାର ଟ୍ୟାକ୍ସ ଦେବେ । ଆଉ ଆୟର ୭୦ ପ୍ରତିଶତ ରାଜ୍ୟଗୁଡ଼ିକୁ ଭାଗ ଦେବ ବୋଲି ଜିଏସ୍ଟି କାଉନସିଲ୍ ବୈଠକରେ ନିଷ୍ପତି ହୋଇଛି ।