ସରକାରୀ ପ୍ରୋତ୍ସାହନ ସହ ତାଲିମର ଅଭାବ ଚାଷୀଙ୍କୁ କରୁଛି ନିରାଶ । କ୍ଷେତରେ ସୋରିଷ ଚାଷ କରିବାକୁ ଚାହୁଁନାହାନ୍ତି ଚାଷୀ ।

105

କନକ ବ୍ୟୁରୋ: ସୋରିିଷ ଏଭଳି ଏକ ସାମଗ୍ରୀ ଯାହା ଆପଣ ପ୍ରତ୍ୟେକ ଘରେ ପାଇବେ । ପ୍ରତିଦିନର ରୋଷେଇ ହେଉ କି ଭୋଜି ଭାତ, ଗୋଟା ସୋରିଷ କିମ୍ବା ସୋରିଷ ତେଲର ବ୍ୟବହାର ହୋଇଥାଏ । କିନ୍ତୁ ଏହି ସୋରିଷ ଚାଷରୁ ଏବେ ମୁହଁ ଫେରାଉଛନ୍ତି ଚାଷୀ । ସରକାରୀ ପ୍ରୋତ୍ସାହନ, ଉଚିତ୍ ପ୍ରଶିକ୍ଷଣ ସାଙ୍ଗକୁ ଆବଶ୍ୟକ ବଜାରର ଅଭାବ ଚାଷୀଙ୍କୁ ଏହି ସୋରିଷ ଚାଷରୁ ମୁହଁ ଫେରାଇବାକୁ ବାଧ୍ୟ କରୁଛି ।

ପୁରୀ ଜିଲା ପିପିଲି ,ଡେଲାଙ୍ଗ ,ସତ୍ୟବାଦୀ କଣାସ ବ୍ଲକର କିଛି ଅଂଶରେ ପୂର୍ବରୁ ସୋରିଷ ଚାଷ କରୁଥିଲେ ଅନେକ ଚାଷୀ । କିନ୍ତୁ ସରକାର ସହାୟତା ଅନେକ କ୍ଷେତ୍ରରେ ନ ଥିବାବେଳେ ରୋକ ପୋକ ଓ ସଠିକ ଚାଷ ପ୍ରଣାଳୀ ନଜାଣିବା ହେତୁ ଏବେ ଅନେକ ଚାଷୀ ଏହି ଚାଷ ରୁ ମୁହଁ ଫେରେଇଲେଣି । ଅଳ୍ପ କିଛି ଚାଷୀ ମାନେ ନିଜର ଖାଲି ଥିବା ବିଲରେ ପରିବାରକୁ ଆବଶ୍ୟକ ଅନୁସାରେ ସୋରିଷ ବୁଣି ସୋରିଷ ଚାଷ କରୁଛନ୍ତି ସତ ହେଲେ ଏହାକୁ ବିକ୍ରି କିମ୍ବା ଅଧିକ ଅମଳ କି ଲାଭବାନ ଆଶାରେ କରୁନାହାନ୍ତି । କାରଣ ଏହି ଚାଷ ପାଇଁ କିଛି ସରକାରୀ ସହଯୋଗ କି ରୋଗ ପୋକ ପାଇଁ କିଛି ମେଡ଼ିସିନ ମିଳୁନଥିବାରୁ ଚାଷୀ ମାନେ ସଠିକ ଭାବରେ ଏହି ଚାଷ ପ୍ରତି ମନ ବଳାଉ ନାହାନ୍ତି ବୋଲି ପିପିଲି ଓ ସତ୍ୟବାଦୀ ଅଞ୍ଚଳର ଅନେକ ସୋରିଷ ଚାଷୀ ଅଭିଯୋଗ ଆଣିଛନ୍ତି ।

ଗୋଟା ସୋରିଷ ୧ କୁଇଣ୍ଟାଲକୁ ୭୦୦୦ ହଜାର ଟଙ୍କା ପଡୁଥିବା ବେଳେ ଖାଇବା ପାଇଁ ସୋରିଷ ତେଲ ଲିଟର ପିଛା ୧୨୦ ରୁ ୧୩୦ ରେ ଭିତରେ କିଣିବାକୁ ପଡୁଛି । ଏହାରି ଭିତରେ ଅଧିକାଂଶ ସୋରିଷ ଓ ସୋରିଷ ତେଲ ବାହାର ରାଜ୍ୟରୁ ଆସୁଥିବାବେଳେ ଆମେ ଅଧିକ ଟଙ୍କା ଦେଇ କିଣିବାକୁ ବାଧ୍ୟ ହେଉଛୁ । ଯଦି ସରକାର ସୋରିଷ ଚାଷୀ ଓ ଚାଷ ପାଇଁ କିଛି ସହାୟତା ଓ ନୂତନ ଜ୍ଞାନ କୌଶଳ ବିଷୟରେ ଚାଷୀଙ୍କୁ ଅବଗତ କରନ୍ତେ ତେବେ ଅନେକ ଚାଷୀ ଏହି ଚାଷ କରି ଆମ ଅଞ୍ଚଳକୁ ସୋରିଷ ଯୋଗାଇବା ସହିତ ଦୁଇ ପଇସା ପାଇ ଲାଭବାନ ହୋଇପାରନ୍ତେ ।