ଚଳିତ ବର୍ଷ ହେବନି ଗଣେଶ ପୂଜା ଏବଂ ନୂଆଖାଇ ଭେଟଘାଟ୍ । କରୋନା ସଂକ୍ରମଣକୁ ନଜରରେ ରଖି ଝାରସୁଗୁଡା ଜିଲ୍ଲା ପ୍ରଶାସନର ନିଷ୍ପତି

Advertisment
ଚଳିତ ବର୍ଷ ହେବନି ଗଣେଶ ପୂଜା ଏବଂ ନୂଆଖାଇ ଭେଟଘାଟ୍ । କରୋନା ସଂକ୍ରମଣକୁ ନଜରରେ ରଖି ଝାରସୁଗୁଡା ଜିଲ୍ଲା ପ୍ରଶାସନର ନିଷ୍ପତି

କନକ ବ୍ୟୁରୋ: ଝାରୁସୁଗୁଡାରେ ଚଳିତ ବର୍ଷ ଗଣେଶ ପୂଜା ହେବ ନାହିଁ କି ନୂଆ ଖାଇ ଭେଟ ଘାଟ ହେବ ନାହିଁ । କରୋନା ଜନିତ ଲକଡାଉନ କଟକଣା ଯୋଗୁଁ ସାର୍ବଜନୀନ ସ୍ଥାନରେ ଗଣେଶ ପୂଜା ଆୟୋଜନକୁ ବାରଣ କରିଛି ଜିଲ୍ଲା ପ୍ରଶାସନ । ଏନେଇ ଜିଲ୍ଲାପାଳ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ସେହିପରି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଉପରେ ମଧ୍ୟ କଟକଣା ଲାଗଛି ।

publive-image

ଗଣେଶ ପୂଜା ଓ ନୂଆଖାଇ ଭେଟଘାଟର ଆୟୋଜନ କରି କୌଣସି ପ୍ରକାର ଭିଡ କରିବାକୁ ବାରଣ କରାଯାଇଛି । କେବଳ ଘରେ ଘରେ ଲୋକେ ଗଣେଶଙ୍କ ପୂଜା କରିବେ । ମନ୍ଦିରରେ କେବଳ ପୂଜକ ପୂଜା କରିପାରିବେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପ ଭିତିରେ ଜିଲ୍ଲାପାଳ ଏହି ଆଦେଶନାମା ଜାରି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe