ନିଟ୍ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡି, ଡ୍ରେସ୍ -ଜୋତା କୋଡ୍ ଉପରେ ଗୁରୁତ୍ୱ ,ଅଳଙ୍କାର ମନା

317

କନକ ବ୍ୟୁରୋ: ଆଜି ଗୁରୁତ୍ୱପୂର୍ଣ୍ଣ ନିଟ୍ ପରୀକ୍ଷା । ସାରା ଦେଶରେ ହୋଇଥିବା ୨୦୨ ସହରର ପରୀକ୍ଷା କେନ୍ଦ୍ର ଗୁଡିକରେ ପରୀକ୍ଷା ଦେଉଛନ୍ତି ୧୬ ଲକ୍ଷ ପରୀକ୍ଷାର୍ଥୀ । କରୋନା ପରୀ ମହାମାରୀ ସମୟରେ ହେଉଥିବା ଏହି ପରୀକ୍ଷାକୁ ନେଇ କଡା କଡି ହୋଇଛି ଗାଇଡଲାଇନ୍ । କରୋନାର ସାଧାରଣ ଗାଇଡ ଲାଇନ୍ ବ୍ୟତୀତ ପରୀକ୍ଷାକୁ ଶୃଙ୍ଖଳିତ ଭାବେ ସାରିବାକୁ ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି ( ଏନଟିଏ) ନିର୍ଦ୍ଧାରଣ କରିଛି କିଛି ସ୍ୱତନ୍ତ୍ର ନିୟମ । ପରୀକ୍ଷା କେନ୍ଦ୍ର ଗୁଡିକରେ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ପୋଷାକ ପରିଚ୍ଛଦ ଉପରେ ରହିଛି କଡା କଟକଣା ।

ପରୀକ୍ଷା ସେଣ୍ଟର ମାନଙ୍କରେ ଆଣ୍ଟି ଚିଟିଙ୍ଗ ମେକାନିଜିମ କ୍ରମରେ ଜାମର୍, ସିସିଟିଭି କ୍ୟାମେରା ସହ ପ୍ରବେଶ ପଥ ଠାରୁ କକ୍ଷ ଯାଏଁ ନିରୀକ୍ଷକଙ୍କୁ ମୁତୟନ କରାଯାଇଛି । କେନ୍ଦ୍ରରେ ପ୍ରବେଶ ସମୟ ଠାରୁ ଆରମ୍ଭ କରି ଉଭୟ ପୁଅ ଓ ଝିଅ ପ୍ରାର୍ଥୀଙ୍କ ପାଇଁ ଡ୍ରେସ୍ କୋଡ ରହିଛି । ଝିଅମାନେ କୌଣସି ଫୁଲ ସ୍ଲିଭ ଥିବା ପୋଷାକ ପିନ୍ଧି ପାରିବେ ନାହିଁ । ଏହାସହ ଏମ୍ବ୍ରୋଇଡରି, ଫ୍ଲୋରାଲ ପ୍ରିଣ୍ଟ, ବଡ ବଟନ ଥିବା ପୋଷାକ ପିନ୍ଧିପାରିବେ ନାହିଁ । ହାଇ ହିଲ ଥିବା କୌଣସି ଜୋତା ପିନ୍ଧି ପାରିବେ ନାହିଁ । ଏହାସହ ନାକରେ କିମ୍ବା କାନରେ କୌଣସି ଅଳଙ୍କାର ପିନ୍ଧି ପାରିବେ ନାହିଁ । ଏହାସହ ହାତ ମୁଦି,ବ୍ରେସଲେଟ୍, ଚୁଡି, ଚେନ୍ ,ଲକେଟ. କିମ୍ବା ବ୍ରୋଚ୍ ପିନ୍ଧି ପାରିବେ ନାହିଁ ।

ସେହିପରି ପୁଅ ପ୍ରାର୍ଥ୍ରୀଙ୍କ ପାଇଁ ମଧ୍ୟ କୋଡ୍ ରୁଲ ରହିଛି । ପୁଅମାନେ ଫୁଲ ସ୍ଲିଭ୍ ସାର୍ଟ ନପିନ୍ଧି ହାପ୍ ସ୍ଲିଭ ଅଥବା ଟି ସାର୍ଟ ପିନ୍ଧିବେ । ଅଧିକ ପକେଟ ଥିବା ପ୍ୟାଣ୍ଟ ବା ଜିନ୍ସ ବଦଳରେ ସାଧା ପ୍ୟାଣ୍ଟ ପିନ୍ଧିବେ । ବଡ ବଟନ ଥିବା ସାର୍ଟ କିମ୍ବା ପ୍ୟାଣ୍ଟ ପିନ୍ଧି ପାରିବେ ନାହିଁ । ଉଭୟ ପୁଅ ଓ ଝିଅଙ୍କ ପାଇଁ ଜୋ ଉପରେ ମଧ୍ୟ କଟକଣା ରହିଛି । ଉଭୟ ଫୁଲ ସୁ ବଦଳରେ ସାଧା ଜୋତା ବା ସ୍ଲିପର ପିନ୍ଧିବେ । ଏହାସହ ମାସ୍କ ଓ ଗ୍ଲୋବ୍ସ ଅନିବାର୍ଯ୍ୟ । ଏସବୁ ନିୟମ ନମାନିଲେ ପରୀକ୍ଷାରୁ ବାଦ ପଡିବେ ଛାତ୍ରଛାତ୍ରୀ । ତେଣୁ ଏସବୁ ବିଷୟ ପ୍ରତି ସଜାଗ ରହବାକୁ ଏନଟିଏ ପୂର୍ବରୁ ଗଣମାଧ୍ୟମ ଜରିଆରେ ସଚେତନ କରିଛି ।ଏହାସହ ପରୀକ୍ଷା କେନ୍ଦ୍ରର କକ୍ଷ ଗୁଡିକରେ କୋଭିଡ ନିୟମ କଡାକଡି ଲାଗୁ ହୋଇଛି । ପରୀକ୍ଷା କେନ୍ଦ୍ରର ଭିତର ବାହର ସାନିଟାଇଜ୍ କରାଯିବା ସହ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରେଣୀ ଗୃହରେ ଯେପରି ଅତି କମ୍ ପରୀକ୍ଷାର୍ଥୀ ବସିବେ ସେନେଇ ଗୁରୁତ୍ୱ ଦିଆଯାଇଛି । ପ୍ରବେଶ ଓ ପ୍ରସ୍ଥାନ ସ୍ଥାନରେ ଯେପରି ଭିଡ ନହୁଏ ସେଥିପାଇଁ ପରୀକ୍ଷାର୍ଥୀଙ୍କୁ ଭିିନ୍ନ ଭିନ୍ନ ଟାଇମ ସ୍ଲଗ ଦିଆଯାଇଛି ।