କନକ ବ୍ୟୁରୋ : ଆଜି ଅର୍ଥାତ ଜାନୁଆରୀ ୧୯ ତାରିଖରୁ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ଆକାଶରେ ବିମାନ ଉଡାଣକୁ ନେଇ କଟକଣା ଲଗାଯାଇଛି । ଏହି ୮ ଦିନ ଧରି ସକାଳ ୧୦.୨୦ ମିନିଟରୁ ମଧ୍ୟାହ୍ନ ୧୨.୪୫ ମିନିଟ ପର୍ଯ୍ୟନ୍ତ ଦିଲ୍ଲୀ ବିମାନବନ୍ଦରରେ କୌଣସି ବିମାନ ଅବତରଣ କରିପାରିବ ନାହିଁ କି କୌଣସି ବିମାନ ଉଡାଣ ଭରିପାରିବ ନାହିଁ । ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ ଏକ ଆଦେଶନାମା ଜାରି କରାଯାଇଛି ।
ସାରା ଦେଶ ଆସନ୍ତା ସପ୍ତାହରେ ୭୫ ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି । ଚଳିତ ଥର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଯାଉଛନ୍ତି ।
ଚଳିତ ବର୍ଷ ଗଣତନ୍ତ୍ର ଦିବସ ପରେଡରେ ପ୍ରଥମଥର ପାଇଁ ବିଏସଏଫର ସମସ୍ତ ମହିଳା ଯବାନ ଶୋଭାଯାତ୍ରା ସହ ବ୍ରାସ ବ୍ୟାଣ୍ଡ ଦଳ କର୍ତ୍ତବ୍ୟ ପଥରେ ଅଂଶଗ୍ରହଣ କରିବେ । ଜଣେ ସହକାରୀ କମାଣ୍ଡାଣ୍ଟ ପାହ୍ୟାର ମହିଳା ଅଧିକାରୀଙ୍କ ନେତୃତ୍ୱରେ ମୋଟ ୧୪୪ ଜଣ ମହିଳା ବିଏସଏଫ କନେଷ୍ଟବଳ ଜାନୁଆରୀ ୨୬ ତାରିଖରେ କର୍ତ୍ତବ୍ୟ ପଥରେ ପଦଯାତ୍ରା କରିବେ ।
ସେପଟେ ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ଏହି କ୍ରମରେ ଦିଲ୍ଲୀ ପୋଲିସ ଆତଙ୍କବାଦୀ ଆକ୍ରମଣ ସ୍ଥିତିକୁ ଅନୁକରଣ କରିବାକୁ ଅକ୍ଷରଧାମ ମନ୍ଦିରରେ ଏକ ମକ୍ ଡ୍ରିଲ ମଧ୍ୟ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/Untitled-1-23.jpg)