ଦାଦାବଟି ମୁକ୍ତ ହେବ ଦୈତନଗରୀ । କମିଶନରେଟ୍ ପୋଲିସର ନୂଆ କାର୍ଯ୍ୟକ୍ରମ ‘ଦାଦା ବଟିକୁ ନା’ । ଗୋପନୀୟ ସୂଚନା ଦେଲେ ହେବେ ପୁରସ୍କୃତ ।

312

କନକ ବ୍ୟୁରୋ: ଦାଦାବଟି ମୁକ୍ତ ହେବ ଦୈତନଗରୀ । କଟକ-ଭୁବନେଶ୍ୱରକୁ ଦାଦାବଟି ମୁକ୍ତ କରିବା ପାଇଁ ‘ଦାଦା ବଟିକୁ ନା’ ନାମରେ ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଛି କମିଶନରେଟ୍ ପୋଲିସ୍ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଢ଼ଙ୍ଗୀ । କହିଛନ୍ତି, ଦୈତନଗରୀରେ ଦାଦାବଟି ଆଦାୟକୁ ପ୍ରଶୟ ଦିଆଯିବ ନାହିଁ । ଏହାକୁ ବନ୍ଦ କରିବା ପାଇଁ ଏକ ହେଲ୍ପ ଲାଇନ ନମ୍ବର ଜାରି କରାଯିବ । ଏହି ନମ୍ବରରେ ଲୋକେ ପୋଲିସକୁ ଗୋପନରେ ସୂଚନା ଦେଇପାରିବେ । ଯେଉଁ ଲୋକ ସୂଚନା ଦେବେ ସେମାନଙ୍କ ନାମ ଗୋପନ ରଖାଯିବା ସହ ପୁରଷ୍କୃତ କରାଯିବ ।

ସୂଚନା ପାଇବା ପରେ ଅସାମାଜିକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ଆବଶ୍ୟକ ପଡିଲେ ସେମାନଙ୍କୁ ତଡିପାର କରାଯିବ । ତେବେ ଏଥିପାଇଁ ଲୋକମାନେ ବିଶେଷକରି ବିଲ୍ଡର, ଠିକାଦାର, ଓ ଉଠାଦୋକାନୀ ସହଯୋଗ କରିବାକୁ ନିବେଦନ କରିଛନ୍ତି । ଦାଦାବିଟି ରୋକିବା ପାଇଁ ପ୍ରତି ୧୫ ଦିନରେ ଥାନା ସ୍ତରରେ ଓ ଡିସିପିଙ୍କ ସ୍ତରରେ ବୈଠକ ହେବ । ଏହି ବୈଠକରେ କାର୍ଯ୍ୟକ୍ରମର ସମୀକ୍ଷା ହେବ ।