କନକ ବ୍ୟୁରୋ : ଆଉ ମିଳିବନି ଅଧିକ ଦିନର ମହଲତ । ଅଚଳ ହୋଇଥିବା ୫ ଶହ ଓ ହଜାରେ ଟଙ୍କିଆ ନୋଟ୍ ଜମା କରିବାର ଶେଷ ତାରିଖ ଡିସେମ୍ବର ୩୦ । ଏହା ବଢିବାର ସମ୍ଭାବନା ନାହିଁ । ରାଜ୍ୟସଭାରେ ଏହା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର । ନଭେମ୍ବର ୮ ତାରିଖ ମଧ୍ୟରାତ୍ରରୁ ଅଚଳ ହୋଇଥିବା ଏହି ଟଙ୍କାଗୁଡିକ ଜମା ପାଇଁ ପୂର୍ବରୁ ଡିସେମ୍ବର ୩୦ ତାରିଖ ଧାର୍ଯ୍ୟ ହୋଇଥିଲା ।
ଏଥିରେ କୌଣସି ପ୍ରକାର ମହଲତ ଦେବାର ପ୍ରସ୍ତାବ ନଥିବା ସଂସଦରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅରୁଣରାମ ମେଘୱାଲ ସୂଚନା ଦେଇଛନ୍ତି । ଏହା ସହ ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରେ ଯଥେଷ୍ଟ ପରିମାଣର ଅର୍ଥ ଗଚ୍ଛିତ ଥିବା ସେ କହିଛନ୍ତି । ଶହେ ଟଙ୍କିଆ ନୋଟର ପରିମାଣ ବୃଦ୍ଧି କରାଯାଇଛି । ଗ୍ରାମାଂଚଳରେ ଲୋକଙ୍କ ସୁବିଧାକୁ ଗୁରୁତ୍ୱ ଦେଇ ଶହେ ଟଙ୍କିଆ ଓ ତାଠାରୁ କମ୍ ମୂଲ୍ୟର ନୋଟ ବ୍ୟାଙ୍କମାନଙ୍କୁ ପଠାଯାଇଥିଲା ବୋଲି କହିଛନ୍ତି ଅର୍ଥ ରାଷ୍ଟ୍ରମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/500-and-1000-rupee-notes-afp-650x400-81478769280-1480419028.jpg)