ସ୍ପଷ୍ଟୀକରଣ ରଖିଲା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ବ୍ଲାକ୍ ଫଙ୍ଗସକୁ ମହାମାରୀ ଆଇନରେ ଅନ୍ତର୍ଭୁକ୍ତ କରାଯାଇଛି, ମହାମାରୀ ଭାବେ ଘୋଷଣା କରାଯାଇନି ।

273

କନକ ବ୍ୟୁରୋ: ବ୍ଲାକ ଫଙ୍ଗସ୍ ଏବେ ଓଡିଶାରେ ଏକ ମହାମାରୀ ରୋଗ ନୁହେଁ । ଆଜି ଏନେଇ ସ୍ପଷ୍ଟୀକରଣ ରଖିଛି ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ । ଏଥିରେ କୁହାଯାଇଛି ଯେ, ବ୍ଲାକ ଫଙ୍ଗସ ରୋଗକୁ ମହାମାରୀ ଆଇନରେ ଅନ୍ତର୍ଭୁକ୍ତ କରାଯାଇଛି । ତାହାର ଅର୍ଥ ନୁହେଁ ଯେ, ଏହାକୁ ମହାମାରୀ ଭାବେ ଘୋଷଣା କରାଯାଇଛି । ତେଣୁ ବ୍ଲାକ୍ ଫଙ୍ଗସ୍ ଏବେ ଆମ ରାଜ୍ୟରେ ମହାମାରୀ ଭାବେ ଘୋଷଣା ହୋଇନାହିଁ ବୋଲି ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟୀକରଣ ରଖିଛି ।

କିଛି ଘଣ୍ଟା ପୂର୍ବରୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏନେଇ ଏକ ସୂଚନା ଦେଇଥିଲେ । ହେଲେ ଏହାର କିଛି ସମୟ ପରେ ସ୍ୱାସ୍ଥ୍ୟ ବିଭାଗ ଏହାର ସ୍ପଷ୍ଟତା ରଖିଛି । ବ୍ଲାକ୍ ଫଙ୍ଗସକୁ ମହାମାରୀ ଆଇନରେ ଅନ୍ତର୍ଭୁକ୍ତ କରାଯାଇଛି, କିନ୍ତୁ ମହାମାରୀ ଭାବେ ଘୋଷଣା କରାଯାଇନାହିଁ ବୋଲି କୁହାଯାଇଛି ।