କନକ ବ୍ୟୁରୋ: ବ୍ଲାକ ଫଙ୍ଗସ୍ ଏବେ ଓଡିଶାରେ ଏକ ମହାମାରୀ ରୋଗ ନୁହେଁ । ଆଜି ଏନେଇ ସ୍ପଷ୍ଟୀକରଣ ରଖିଛି ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ । ଏଥିରେ କୁହାଯାଇଛି ଯେ, ବ୍ଲାକ ଫଙ୍ଗସ ରୋଗକୁ ମହାମାରୀ ଆଇନରେ ଅନ୍ତର୍ଭୁକ୍ତ କରାଯାଇଛି । ତାହାର ଅର୍ଥ ନୁହେଁ ଯେ, ଏହାକୁ ମହାମାରୀ ଭାବେ ଘୋଷଣା କରାଯାଇଛି । ତେଣୁ ବ୍ଲାକ୍ ଫଙ୍ଗସ୍ ଏବେ ଆମ ରାଜ୍ୟରେ ମହାମାରୀ ଭାବେ ଘୋଷଣା ହୋଇନାହିଁ ବୋଲି ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟୀକରଣ ରଖିଛି ।
ବ୍ଲାକ୍ ଫଙ୍ଗସ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିିଭାଗର ସୂଚନା । ବ୍ଲାକ୍ ଫଙ୍ଗସ ରୋଗୀ ଚିହ୍ନଟ ହେଲେ ସରକାରଙ୍କୁ ଜଣାଇବାକୁ ନିର୍ଦ୍ଦେଶ । ବ୍ଲାକ୍ ଫଙ୍ଗସ୍ ମହାମାରୀ ଆଇନର ‘ସୂଚନାଯୋଗ୍ୟ ରୋଗ’ । ଆମ ରାଜ୍ୟରେ ବ୍ଲାକ୍ ଫଙ୍ଗସ ମହାମାରୀ ଘୋଷଣା ହୋଇନାହିଁ । @HFWOdishapic.twitter.com/PekQDgF7RT
— Kanak News (@kanak_news) May 20, 2021
କିଛି ଘଣ୍ଟା ପୂର୍ବରୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏନେଇ ଏକ ସୂଚନା ଦେଇଥିଲେ । ହେଲେ ଏହାର କିଛି ସମୟ ପରେ ସ୍ୱାସ୍ଥ୍ୟ ବିଭାଗ ଏହାର ସ୍ପଷ୍ଟତା ରଖିଛି । ବ୍ଲାକ୍ ଫଙ୍ଗସକୁ ମହାମାରୀ ଆଇନରେ ଅନ୍ତର୍ଭୁକ୍ତ କରାଯାଇଛି, କିନ୍ତୁ ମହାମାରୀ ଭାବେ ଘୋଷଣା କରାଯାଇନାହିଁ ବୋଲି କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/25-7.jpg)