ମହାରାଷ୍ଟ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ରାଜ୍ୟ ସରକାରଙ୍କ ବିନା ଅନୁମତିରେ ରାଜ୍ୟରେ ପଶିପାରିବନାହିଁ ସିବିଆଇ

741

କନକ ବ୍ୟୁରୋ : ମହାରାଷ୍ଟ୍ର ସରକାର ବୁଧବାର ଦିନ ଦିଲ୍ଲୀ ସ୍ୱତନ୍ତ୍ର ପୋଲିସ ଫାଉଣ୍ଡେସନର ସଦସ୍ୟ ମାନଙ୍କୁ ଏକ ଆଇନ ଅଧିନରେ ରାଜ୍ୟର କ୍ଷମତା ଓ ଅଧିକାର କ୍ଷେତ୍ରର ବ୍ୟବହାର ପାଇଁ ସମ୍ମତି ପ୍ରତ୍ୟାହାର କରିବା ପାଇଁ ଆଦେଶ ଜାରି କରିଛନ୍ତି । ସୂଚନା ମୁତାବକ ସିବିଆଇର ରାଜ୍ୟର କ୍ଷମତା ଓ ଅଧିକାର କ୍ଷେତ୍ରରେ ଉପଯୋଗ କରିବା ପାଇଁ ଆଉ ସହମତି ରହିବ ନାହିଁ । ଯାହା ମହାରାଷ୍ଟ୍ର ସରକାର ୨୨.୦୨.୧୯୮୯ ରେ ପ୍ରଦାନ କରିଥିଲେ । ଏହି ନିୟମକୁ ରାଜ୍ୟସରକାର ଏବେ ପ୍ରତ୍ୟାହାର କରିଛନ୍ତି । ଯାହା ଫଳରେ କୌଣସି ତଦନ୍ତ ବେଳେ ରାଜ୍ୟସରକାରଙ୍କ ବିନା ଅନୁମତିରେ ସିବିଆଇ ମହାରାଷ୍ଟ୍ରରେ ପ୍ରବେଶ କରିପାରିବ ନାହିଁ ।

କହିରଖୁ କି ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାର ଅନୁସନ୍ଧାନ ପ୍ରଥମେ ମୁମ୍ବାଇ ପୋଲିସ କରୁଥିଲା । କିନ୍ତୁ ସୁଶାନ୍ତଙ୍କ ବାପା ଦାଖଲ କରିଥିବା ଅଭିଯୋଗ ଆଧାରରେ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରାଗଲା । ଏହି ମାମଲାରେ ଏବେ ଅନୁସନ୍ଧାନ ପାଇଁ ସିବିଆଇକୁ ମହାରାଷ୍ଟ୍ର ସରକାରଙ୍କ ଅନୁମତି ନେବାକୁ ପଡିବ । ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଛତିଶଗତ, ଓ ରାଜସ୍ଥାନ ସରକାର ବି ପୂର୍ବରୁ ଏଭଳି ଆଦେଶ ଜାରି କରିଛନ୍ତି ।

ଏବେ ମହାରାଷ୍ଟ୍ରରେ ନକଲି ଟିଆରପି ମାମଲାର ଯାଂଚ ପାଇଁ ସିବିଆଇ ମାମଲା ଦାଖଲ କରିବା ପରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଏନେଇ ବି ଉତ୍ତରପ୍ରଦେଶରେ ଅଭିଯୋଗ ଦାଖଲ କରାଯାଇଛି । ଟିଆରପି ମାମଲା ମୁମ୍ବାଇ ପୋଲିସ ଦ୍ୱାରା ଯାଂଚ କରାଯାଉଛି । ରିପବ୍ଲିକ ଟିଭି ସମେତ ଏହି ମାମଲାରେ ୫ ଟି ଟିଭି ଚ୍ୟାନେଲ ଯୋଡି ହୋଇଯାଇଛି । ଏହି ମାମଲାରେ ଏପର୍ଯ୍ୟନ୍ତ ୮ ଜଣଙ୍କୁ ଗିରଫ୍ କରାଯାଇଛି ।

Comments are closed.