ଦୁଷ୍କର୍ମକାରୀଙ୍କ ପାଇଁ ଦେବୀ ଦ୍ୱାର ବନ୍ଦ : ଦୁଷ୍କର୍ମକାରୀଙ୍କ ପାଇଁ ବନ୍ଦ ହେଲା ଦେବୀ ମନ୍ଦିର ଦ୍ୱାର । ଚାରିଆଡେ ଲାଗିଲା ପୋଷ୍ଟର ।

206

ନିର୍ଭୟା, ଉନ୍ନାଓ ଓ ହାଇଦ୍ରାବାଦ ଦିଶାଙ୍କ ଘଟଣା ପରେ ସାରା ଦେଶ ଏବେ ଏଭଳି କାମାତୁର ସଇତାନଙ୍କ ବିରୁଦ୍ଧରେ ରକ୍ତ ଚାଉଳ ଚୋବାଉଛି । ସମସ୍ତଙ୍କ ମନରେ ଦୁଷ୍କର୍ମକାରୀଙ୍କ ଉପରେ ଘୃଣା ଭାବ ଆସିଯାଇଛି । ସମାଜରେ ଦୁଷ୍କର୍ମକାରୀଙ୍କ ପାଇଁ କଡା ପଦକ୍ଷେପ ନିଆଯାଉଥିବା ବେଳେ ଧର୍ମର ନଗରୀ କାଶୀରେ ବର୍ତ୍ତମାନ ଏଭଳି କାମାତୁର ବ୍ୟକ୍ତିଙ୍କ ପାଇଁ ଭିନ୍ନ ସଜା ରହିଛି । ଦେବୀ ମନ୍ଦିରର ଦ୍ୱାର ଦୁଷ୍କର୍ମକାରୀଙ୍କ ପାଇଁ ବନ୍ଦ ହୋଇଯାଇଛି । କାଶୀରେ ଦୁଷ୍କର୍ମକାରୀ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ । ସାମାଜିକ ସଂସ୍ଥା ମାନେ ଦୁଷ୍କର୍ମକାରୀମାନଙ୍କ ପାଇଁ ଏହିପରି ଦଣ୍ଡ ବା ଶାସ୍ତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । ନାରୀ ଉପରେ ଖରାପ ନଜର ରଖିଥିବା ଅଭିଯୁକ୍ତ କେଉଁ ମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ ।

ବାରାଣାସୀର କାଳୀକା ଗଳିରେ ଥିବା କାଳରାଣୀ ମନ୍ଦିରରେ ଦୁଷ୍କର୍ମକାରୀ ଓ ନାରୀମାନଙ୍କୁ ସମ୍ମାନ କରୁନଥିବା ବ୍ୟକ୍ତିଙ୍କ ପାଇଁ ପ୍ରବେଶ ନିଶେଦ୍ଧ କରାଯାଇଛି । ଲୋକଙ୍କ କହିବା ଅନୁଯାୟୀ, ଭଗବାନଙ୍କ ସ୍ଥାନ ପବିତ୍ର ହୋଇଥାଏ । ମହିଳାମାନେ ଦେବୀଙ୍କ ସଦୃଶ ଅଟନ୍ତି । ଯିଏ ଏମାନଙ୍କ ସମ୍ମାନ ନକରିବ ତାକୁ ଏହି ପବିତ୍ର ସ୍ଥାନରେ ପାଦ ରଖିବାର ଅଧିକାର ନାହିଁ । ମନ୍ଦିରର ବିଭିନ୍ନ ପାଶ୍ୱର୍ରେ ଏହାର ପୋଷ୍ଟର ଲଗାଇ ଦୁଷ୍କର୍ମକାରୀଙ୍କୁ ପ୍ରବେଶ ନିଶେଦ୍ଧ ବିଷୟରେ ଲେଖା ଯାଇଛି । ସନ୍ତୋଶ ଓଝା, ଶ୍ରୀନାରାୟଣ ତିୱାରୀ, ହରିନାରାୟଣ ତିୱାରୀ, ବିଷ୍ଣୁକାନ୍ତ ଆଚାର୍ୟ୍ୟ, ରାଜନେଶ ସେଟ୍ଟ, ଓ ରାହୁଲ ଗୁପ୍ତା ଏକ କାଯ୍ୟକ୍ରମ ଆୟୋଜନ କରିଥିଲେ ଓ ସାମାଜିକ ରକ୍ଷା ସୁରକ୍ଷାର ବାର୍ତ୍ତା ଦେଇଥିଲେ ।