ଉଚ୍ଚଶିକ୍ଷା ବିଭାଗ ବଦଳାଇଲା ନିୟମ । ଚଳିତବର୍ଷ ପିଜି ପାଇଁ ହେବନାହିଁ ଏକକ ପ୍ରବେଶିକା ପରୀକ୍ଷା ।

ମାର୍ଚ୍ଚ ୩ରୁ ଯୁକ୍ତ ୨ ପରୀକ୍ଷା । ଚଳିତ ଥର ରାଜ୍ୟରେ ମୋଟ ୨୦୦ଟି ହବର ବ୍ୟବସ୍ଥା କରିଛି ଗଣଶିକ୍ଷା ବିଭାଗ

Dailyhunt

ରାଜ୍ୟରେ ଥିବା ସରକାରୀ ବିଶ୍ବବିଦ୍ୟାଳୟରେ ନାମଲେଖା ପାଇଁ ଏଥର ଏକକ ପ୍ରବେଶିକା ପରୀକ୍ଷା ହେବନି। ସାଧାରଣ ନିର୍ବାଚନ ପ୍ରକ୍ରିୟା ଚାଲିବା ସହ ସମସ୍ତ ବିଶ୍ବବିଦ୍ୟାଳୟ ପରୀକ୍ଷା ଫଳ ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇପାରୁ ନ ଥିବାରୁ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି। ୨୦୧୯-୨୦ ବଦଳରେ ୨୦୨୦-୨୧ ଶିକ୍ଷାବର୍ଷରୁ ସମସ୍ତ ବିଶ୍ବବିଦ୍ୟାଳୟର ପିଜି ପାଠ୍ୟକ୍ରମ ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା କରାଯିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ତେବେ ୨୦୧୯-୨୦ ଶିକ୍ଷାବର୍ଷରୁ ଏକକ ସିଲାବସ୍ ଲାଗୁ ହେବ।

publive-image

ଉଚ୍ଚଶିକ୍ଷା ବିଭାଗରେ ସ˚ସ୍କାର ଆଣିବା ପାଇଁ ଗତ ବର୍ଷେ ହେଲା ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୧ ବିଶ୍ବବିଦ୍ୟାଳୟ କୁଳପତିଙ୍କ ସମେତ ବରିଷ୍ଠ ଅଧିକାରୀଙ୍କୁ ନେଇ ଘନ ଘନ ବୈଠକ ହୋଇଥିଲା। ବଡ଼ ନିଷ୍ପତ୍ତିକ୍ରମରେ ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା କରିବାକୁ ସ୍ଥିର ହୋଇଥିଲା। ଏକକ ପ୍ରବେଶିକା ଲାଗି ଯୁକ୍ତ ୩ରେ ଅତି କମରେ ୪୫ପ୍ରତିଶତ ମାର୍କ ରହିଥିବା ନିତାନ୍ତ ଆବଶ୍ୟକ। ପିଜିରେ ଏକକ ପ୍ରବେଶିକା ପରୀକ୍ଷା ପରେ ନାମଲେଖା ଲାଗି ଗୋଟିଏ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରାଯିବ। ତା’ପରେ ବିଶ୍ବବିଦ୍ୟାଳୟଗୁଡ଼ିକ ନିଜ ନିଜର ନିୟମ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ନାମଲେଖା କରାଇବେ। କଳା ବିଭାଗର ପ୍ରବେଶିକା ପରୀକ୍ଷା ପରିଚାଳନା ଦାୟିତ୍ବ ଉତ୍କଳ ବିଶ୍ବବିଦ୍ୟାଳୟକୁ ଦିଆଯାଇଥିବା ବେଳେ ବିଜ୍ଞାନ ବିଭାଗ ପାଇଁ ସମ୍ବଲପୁର ବିଶ୍ବବିଦ୍ୟାଳୟ ଓ ବାଣିଜ୍ୟ ବିଭାଗ ପାଇଁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରୀକ୍ଷା ପରିଚାଳନା କରିବେ। ସେହିପରି ସମସ୍ତ ବିଶ୍ବବିଦ୍ୟାଳୟ ନିର୍ଦ୍ଧାରିତ ସମୟରେ ଫର୍ମ ପୂରଣ, ପରୀକ୍ଷା କରିବା, ଫଳ ପ୍ରକାଶ ଦିଗରେ ପଦକ୍ଷେପ ନେବାକୁ ସ୍ଥିର ହୋଇଥିଲେ ମଧ୍ୟ ତାହା କାର‌୍ୟ୍ୟକାରୀ ହେବ ନାହିଁ।

ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତେବେ ଚଳିତ ମାସରେ ନିର୍ବାଚନ ପ୍ରକ୍ରିୟା ଚାଲୁଥିବାରୁ ସମସ୍ତ ବିଶ୍ବବିଦ୍ୟାଳୟର ପରୀକ୍ଷା ଫଳ ଠିକ୍ ସମୟରେ ପ୍ରକାଶ ପାଇପାରୁନି। ଏଥିସହ ପରୀକ୍ଷା ପରିଚାଳନା ପାଇଁ ତିନୋଟି ଯାକ ବିଶ୍ବବିଦ୍ୟାଳୟରେ ଲାଗିବାକୁ ଥିବା ସର୍ଭର ଦାୟିତ୍ବ ‘ଓକାକ୍’କୁ ଦିଆଯାଇଛି। ସର୍ଭର ଲଗାଇବା ପୂର୍ବରୁ ଭିତ୍ତିଭୂମିକୁ ଠିକ୍ ଭାବେ ଯାଞ୍ଚ କରିବାର ଆବଶ୍ୟକତା ରହିଛି। ଏବେ ସୁଦ୍ଧା ଅର୍ଧାଧିକ ଯାଞ୍ଚ ଶେଷ ହୋଇଛି। ଆଉ କିଛି ସ୍ଥାନରେ ବାକି ରହିଛି। ଯଦି ତରବରିଆ ଭାବେ କିଛି ପଦକ୍ଷେପ ନିଆଯାଏ ତେବେ ତ୍ରୁଟି ହେଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେବେ। ଏହାକୁ ଦୃଷ୍ଟିରେ ରଖି ନିଷ୍ପତ୍ତିରେ ସାମାନ୍ୟ ପରିବର୍ତନ କରାଯାଇଛି। ଏବେ ଏକକ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଗଲା। ୨୦୨୦-୨୧ ଶିକ୍ଷାବର୍ଷରୁ ଲାଗୁ ହେବ। ଏନେଇ ବିଶ୍ବବିଦ୍ୟାଳୟଗୁଡ଼ିକୁ ଅବଗତ କରାଯାଇଛି। ସେମାନେ ନିଜସ୍ବ ପ୍ରବେଶିକା ପରୀକ୍ଷା କରି ପିଜି ପାଠ୍ୟକ୍ରମରେ ନାମଲେଖା କରାଇବେ।

publive-image

ଏକକ ପ୍ରବେଶିକା ପରୀକ୍ଷା ସ୍ଥଗିତ ହେବା ପରେ ଉତ୍କଳ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ତତ୍ପରତା ପ୍ରକାଶ କରିଛନ୍ତି। ଏପ୍ରିଲ ମାସରେ ଆବେଦନ ପ୍ରକ୍ରିୟା ଶେଷ କରିବାକୁ ସ୍ଥିର ହୋଇଛି। ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ଯୁକ୍ତ୩ ଶେଷବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇ ନଥିଲେ ମଧ୍ୟ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଆବେଦନପତ୍ର ଗ୍ରହଣ କରି ନାମଲେଖା ପ୍ରକ୍ରିୟା ଆରମ୍ଭ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe