କନକ ବ୍ୟୁରୋ: ଲୋ-ଭୋଲଟେଜ୍ ଓ ଅଘୋଷିତ ବିଦ୍ୟୁତ କାଟ୍ ବର୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସୁନ୍ଦରଗଡ ସଦର ମହକୁମା ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଥିବା ଭାଲୁବାହାଲ ଗ୍ରାମବାସୀଙ୍କ ପାଇଁ ଏହି ଚର୍ଚ୍ଚାର ମାନେ କିଛି ନାହିଁ । କାରଣ ବିଜୁଳି ଏମାନଙ୍କ ପାଇଁ ସାତ ସପନ ପାଲଟିଛି । ବିଜୁଳି ଆଲୁଆ ତ ଦୂରର କଥା ବିଜୁଳି ତାର କି ଖୁଂଟଟିଏ ବି ନାହିଁ ।
ଅନ୍ଧାରୀ ମୂଲକର ଗାଁ ଭାଲୁବାହାଲ । ବିଜୁଳି ଏଠି ସାତ ସପନ ପାଲଟିଛି । ଅସହ୍ୟ ଗରମ ଓ ଗ୍ରୀଷ୍ମ ପ୍ରବାହରେ ଆଉଟୁ ପାଉଟୁ ହେଉଛନ୍ତି ରାଜ୍ୟବାସୀ । ହେଲେ ସ୍ୱାଧୀନତାର ସାତ ଦଶନ୍ଧି ପରେ ବି ଗାଁରେ ପହଂଚିନି ବିଜୁଳି ଆଲୁଅ । ସୁନ୍ଦରଗଡ ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୧୦ କିଲୋମିଟର ଦୂର ଟଙ୍ଗରପାଲି ବ୍ଲକର ଭାଲୁବାହାଲ ଗାଁର ଲୋକେ ବିନା ବିଜୁଳିରେ ଦିନ କାଟୁଛନ୍ତି । ଗାଁରେ ପାଖାପାଖି ୭୬ଟି ପରିବାର ରହୁଥିବା ବିଜୁଳି ଆଲୁଅରୁ ଏମାନେ ବଂଚିତ ଅଛନ୍ତିି । ଡିବିରି ଆଲୁଅ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ସ୍ଥିତି ଏପରି ଯେ ମୋବାଇଲ ଚାର୍ଜ କରିବା ଓ ବଲ ଖଣ୍ଡିଏ ଜାଳିବା ପାଇଁ ବ୍ୟାଟେରୀ ଭଡାରେ ଅଣିବାକୁ ପଡୁଛି । ପାଂଚ ବର୍ଷ ପୂର୍ବେ ଗାଁକୁ ସୋଲାର ଲାଇଟ୍ ଦିଆଯାଇଥିଲା ହେଲେ ତାହା ରକ୍ଷଣାବେକ୍ଷଣା ଅଭାବରୁ ଅକାମି ହୋଇପଡିଛି ।
ବିଦ୍ୟୁତ୍ ଯୋଗାଣ ପାଇଁ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ବି ଗାଁକୁ ବିଦ୍ୟୁତ୍ ଯୋଗାଣ ହୋଇପାରିନାହିଁ । ଏସଂପର୍କରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଧିକାରୀ କହିଛନ୍ତି ବଜୁଳି ସଂଯୋଗରୁ ବଚିଂତ ଥିବା ଗଁ ଗୁଡିକର ଏକ ତାଲିକ ପ୍ରସ୍ତୁତ କରାଯାଇଛି । ଯଦି ଭାଲିବାହାଲ ଗାଁ ସେଥିରେ ସାମିଲ ଥିବ ତାହାହେଲେ ଅତିଶୀଘ୍ର ସେଠାରେ ବିଜୁଳି ସଂଯୋଗ କରାଯିବ ।
Follow Us