କନକ ବ୍ୟୁରୋ : ବିଜୁଳିର ଦେଖା ନାହିଁ ହେଲେ ମୋଟା ଅଙ୍କର ଆସୁଛି ବିଲ୍ । ଅଭିଯୋଗ ହୋଇଥିଲେ ବି ସମସ୍ୟା ଶୁଣିବାକୁ ଯେମିତି କେହି ନାହିଁ । ସୁନ୍ଦରଗଡ ବଣେଇ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକର ସିରିଗିଡା ପଂଚାୟତରେ ଏହି ସମସ୍ୟା ଦେଖିବାକୁ ମିଳିଛି । ଲୋକଙ୍କ ଅଭିଯୋଗ ମିଳିବା ପରେ ଦିନକ ପାଇଁ ଆସିଥିଲା ବିଜୁଳି । ତାପରେ ଆଉ ବିଜୁଳିର ଦେଖା ନାହିଁ । ୨୦୧୯ରେ ପ୍ରଶାସନ ଏହି ପଂଚାୟତରେ ବିଦ୍ୟୁତ ସେବା ଯୋଗାଇ ଦେଇଥିଲେ । ପଂଚାୟତର ୨ଟି ଗାଁର ୯୬ ପରିବାର ଉପକୃତ ହୋଇଥିଲେ । ବିଜୁଳି ଆସିଥିଲା ଲୋକମାନେ ବହୁତ ଖୁସି ବି ହୋଇଥିଲେ । ମାତ୍ର୍ର ଦିନକପରେ ବିଜୁଳି ବନ୍ଦ ହୋଇଥିବା ବେଳେ ୧୦ ବର୍ଷରେ ବିଲ୍ ଆସିଛି ୪ ହଜାର ଟଙ୍କା ।

Advertisment

ପ୍ରତି ପରିବାରରେ ଏହି ବିଲ୍ ୪ହଜାର ଆସିଛି । ଯାହାକୁ ବିରୋଧ କରିଛନ୍ତି ଗାଁର ଲୋକମାନେ । ଗାଁର ଶତାଧିକ ଲୋକ ଏକାଠି ହୋଇ ଟାଟା ପାୱାର କାର୍ଯ୍ୟାଳୟକୁ ଆସ ପ୍ରତିବାଦ କରିଛନ୍ତି । ତା ସହିତ ଚଳିତ ମାସ ସୁଦ୍ଧା ବିଜୁଳି ଗାଁକୁ ନଦେଲେ ଭୋଟ୍ ବର୍ଜନ କରିବାକୁ ଚେତବାନୀ ଦେଇଛନ୍ତି । ସେପଟେ ଲୋକଙ୍କ ବିରୋଧ ସାଙ୍ଗକୁ ଟାଟାପାୱାରର କୌଣସି କର୍ମକର୍ତା ସମସ୍ୟା ନେଇ କିଛି ପ୍ରତିକ୍ରିୟା ଦେଇନାହାନ୍ତି ।

ବିଦ୍ୟୁତ ସଂଯୋଗ ନଥିବା ବେଳେ ଲୋକଙ୍କ ଠାରୁ ମୋଟା ଅଙ୍କର ବିଲ୍ ନେଇ ଅସନ୍ତୋଷ ବଢିଚାଲିଛି ।