ବାଇକ୍ ଚଳାଇବେ, କିନ୍ତୁ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ପଡିବନି । ଭାରତୀୟ କମ୍ପାନି ନିର୍ମାଣ କଲା ଏହି ଷ୍ଟାଇଲିସ୍ ବାଇକ୍ ।

ବାଇକ୍ ଚଳାଇବେ, କିନ୍ତୁ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ପଡିବନି । ଭାରତୀୟ କମ୍ପାନି ନିର୍ମାଣ କଲା ଏହି ଷ୍ଟାଇଲିସ୍ ବାଇକ୍ ।

photo courtesy : The Better India

କନକ ବ୍ୟୁରୋ : ଗାଡ଼ି ଚାଳକଙ୍କ ପାଇଁ ଡ୍ରାଇଭିଂ ଲାଇସେନ୍ସ ବାଧ୍ୟତାମୂଳକ। ମାତ୍ର ହାଇଦ୍ରାବାଦରେ ଏକ ଏପରି ଇଲେକ୍ଟ୍ରିକ୍ ବାଇକ୍ ଲଞ୍ଚ୍‌ ହୋଇଛି ଯାହାକୁ ଚଳାଇବା ପାଇଁ ଚାଳକଙ୍କୁ ଡ୍ରା‌ଇଭିଂ ‌ଲାଇସେନ୍ସର ଆବଶ୍ୟକତା ନାହିଁ। ଗାଡ଼ିଟି ଆନ୍ତର୍ଜାତୀୟ ଅଟୋମୋବାଇଲ୍ ଟେକ୍ନୋଲୋଜି କେନ୍ଦ୍ର(ଆଇସିଏଟି) ଦ୍ୱାରା ବିକଶିତ ହୋଇଛି। ଏହା ଏକ ସ୍ୱଳ୍ପ ଗତିର ମୋଟରସାଇକେଲ ହୋଇଥିବାରୁ ଏହାକୁ ଚଳାଇବା ପାଇଁ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି।

ଏହି ବାଇକଟିକୁ ବିକଶିତ କରିବା ପାଇଁ ପ୍ରାୟ ୩ ବର୍ଷ ସମୟ ଲାଗି ଯାଇଥିଲା। ଗାଡ଼ିଟି ବ୍ୟୟବହୁଳ ହେଲେ ବି ଖୁବ୍ ଷ୍ଟାଇଲିସ୍‌ ବୋଲି ଅଟୋମୋବାଇଲର ପ୍ରତିଷ୍ଠାତା ଭାମସି ଗାଡାମ୍‌ କହିଛନ୍ତି। ୨୦୧୧ ମସିହାରେ ଆମେରିକାର ପର୍ଡୁ ବିଶ୍ବବିଦ୍ୟାଳୟରୁ ବିଜିନେସ୍‌ ମ୍ୟାନେଜମେଣ୍ଟ୍‌ ଡିଗ୍ରି ସମାପ୍ତ କରିବା ପରେ ଭାମସି ହାଇଦ୍ରାବାଦକୁ ଫେରି ତାଙ୍କ ପରିବାର ବ୍ୟବସାୟ ବିଶାଖା ଇଣ୍ଡଷ୍ଟ୍ରିଜ୍ ଲିମିଟେଡରେ କାମ କରିବା ଆରମ୍ଭ କରିଥିଲେ। ସେଠାରେ ସେ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ ପାଇଥିଲେ।

ଏହି ବାଇକଟିକୁ ବିକାଶ କରିବାକୁ ଭାମସି ଓ ତାଙ୍କ ୧୦ ଜଣିଆ ବିଶିଷ୍ଟ୍‌ ଟିମକୁ ୩ ବର୍ଷ ସମୟ ଲାଗିଥିଲା। ଏହାର ଓଜନ ୩୫ କିଲୋ ହୋଇଥିବା ବେଳେ ବାଇକଟି ସର୍ବାଧିକ ଘଣ୍ଟାକୁ ୨୫ କିଲୋମିଟର୍ ଯାତ୍ରା କରିପାରିବ। ଗାଡ଼ିଟିର ୨ ବର୍ଷ ୱାରେଣ୍ଟି ରହୁଛି। ବିଶେଷ କରି ଏହା ଯୁବପିଢ଼ିଙ୍କୁ ବେଶ ପସନ୍ଦ ଆସିବ ବୋଲି କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe